ଭୁବନେଶ୍ବର: ରାଜଧାନୀର ୨ ପ୍ରତିଷ୍ଠିତ ହସ୍ପିଟାଲକୁ ଚୁନ ଲଗାଇ ଅଡ଼ୁଆରେ ଠକ । ହରିୟାଣାର ଫରିଦାବାଦରୁ ଏକ ମେଡିକାଲ ଉପକରଣ କମ୍ପାନୀର ଉପାଧ୍ୟକ୍ଷ ଗିରଫ । ୭୦ ଲକ୍ଷ ଠକେଇ ଅଭିଯୋଗରେ ହରିୟାଣାରୁ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ହେଲେ Bafna Healthcare Private Limited ର ଉପାଧ୍ୟକ୍ଷ ଦେବେନ୍ଦ୍ର କୁମାର ଗେରା ।
ସୂଚନା ଅନୁସାରେ କୋଭିଡ ସମୟରେ ସଁପୁର ଅଞ୍ଚଳରେ ଥିବା ଏକ କୋଭିଡର ସ୍ବତନ୍ତ୍ର ସମ୍ ହସ୍ପିଟାଲ ଓ ଇନଫୋସିଟି ପଟିଆରେ ଥିବା କିମ୍ସ ହସପିଟାଲକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପାଇଁ ମେଡିକାଲ ଇକ୍ୟୁପମେଣ୍ଟ ସେଟପର କଣ୍ଟ୍ରାକ୍ଟ କରିଥିଲେ ଦେବେନ୍ଦ୍ର । କୋଟିଏ ଟଙ୍କାର ଡିଲ୍ ପରେ କିଛି ଇକ୍ୟୁପମେଣ୍ଟ ଯୋଗାଇଥିଲେ । ହେଲେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ୨ଟି ହସ୍ପିଟାଲ ପକ୍ଷରୁ ଦୁଇଟି ପୃଥକ ଅଭିଯୋଗ ହୋଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ୨ କୋଟି ୬୦ ଲକ୍ଷର କଣ୍ଟ୍ରାକ୍ଟ କରି ପରେ ୭୦ ଲକ୍ଷ ୬୯ ହଜାର ଟଙ୍କାର କାମ କରାଇଥିଲେ । ହେଲେ ସେହି କାମରେ ମଧ୍ୟ ୨୧ ଲକ୍ଷ ଟଙ୍କାର କାମ ହୋଇନଥିବା ଜାଣିବାକୁ ପାଇଥିଲେ ସମ୍ କର୍ତ୍ତୃପକ୍ଷ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।