ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଏସଟିଏଫ(STF) ଅଚାନକ ଚଢାଉ ଜାରି କରିଛି । ଚଢାଉ ବେଳେ ୭୩୦.୩୩ ମେଟ୍ରିକ ଟନ କ୍ରୋମାଇଟ, ୨୭୮.୫୨ ମେଟ୍ରିକଟନ ହାର୍ଡକୋକ୍ ଏବଂ ଗୋଟିଏ ଜେସିବି ସହିତ ୪୪ ହଜାର ୫ଶହ ଟଙ୍କା ଜବତ କରିଛି । ଏଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା ଜାରି ରିଖିଛି ଏସଟିଏଫ ।
ଖୋର୍ଦ୍ଧା ଶିଳ୍ପାଞ୍ଚଳରେ STF ରେଡ୍, ବିପୁଳ ପରିମାଣର ହାର୍ଡକୋକ୍ ଓ କ୍ରୋମାଇଟ ଜବତ - ଖୋର୍ଦ୍ଧାରୁ ହାର୍ଡକୋକ୍ ଓ କ୍ରୋମାଇଟ ଜବତ
ଆଦର୍ଶ ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଏସଟିଏଫ(STF) ଅଚାନକ ଚଢାଉ ଜାରି କରିଛି । ଚଢାଉ ବେଳେ ୭୩୦.୩୩ ମେଟ୍ରିକ ଟନ୍ କ୍ରୋମାଇଟ, ୨୭୮.୫୨ ମେଟ୍ରିକଟନ ହାର୍ଡକୋକ୍ ଏବଂ ଗୋଟିଏ ଜେସିବି ସହିତ ୪୪ ହଜାର ୫ଶହ ଟଙ୍କା ଜବତ କରିଛି । ଏ ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରିଖିଛି ଏସଟିଏଫ । ଅଧିକ ପଢନ୍ତୁ
ବିପୁଳ ପରିମାଣର ହାର୍ଡକୋକ୍ ଓ କ୍ରୋମାଇଟ ଜବତ କଲା ଏସଟିଏଫ
ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ବିଡିଏ କଲୋନୀର ସନ୍ଦୀପ ପାଢୀ ଏବଂ ଢେଙ୍କାନାଳ ଜିଲ୍ଲା ତରଭା ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ବେହେରା । ତେବେ ଚଢ଼ାଉ ବେଳେ ବିପୁଳ ପରିମାଣର କ୍ରୋମାଇଟ ଏବଂ ହାର୍ଡକୋକ୍ ଜବତ ହୋଇଥିଲା । ଏତେ ପରିମାଣର କ୍ରୋମାଇଟ ଏଠାକୁ କିପରି ଆସିଲା, ଏହି କାରବାର ପଛରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ ଜାରି ରଖିଛି ଏସଟିଏଫ ।
ଇଟିଭି ଭାରତ, ଖୋର୍ଦ୍ଧା
TAGGED:
Khordha news