ଓଡିଶା

odisha

By

Published : Jun 15, 2021, 10:39 PM IST

ETV Bharat / state

କୋଭିଡ କଟକଣାରେ ହର-ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ

କୋଭିଡ୍ କଟକଣା ସତ୍ତ୍ବେ ଦେବ ରୀତିନୀତି ଓ ପରମ୍ପରା ଅନୁସାରେ ଦେବଦେବୀଙ୍କ ବିବାହ ସମ୍ପନ୍ନ । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ହର-ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ
କୋଭିଡ କଟକଣାରେ ହର-ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ

ଖୋର୍ଦ୍ଧା: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବୁଧବାର ହର ଏବଂ ପାର୍ବତୀଙ୍କ ବିବାହ ଜିଲାର ବିଭିନ୍ନ ଅଞ୍ଚଳରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରେ ନୈଷ୍ଠିକ ବ୍ରାହ୍ମଣପଣ୍ଡିତ ମାନଙ୍କ ଦ୍ୱାରା ଦେବସ୍ନାନ ପୂଜା ସହିତ ଦ୍ୱିପ୍ରହରରେ ଦେବ ନିତୀ ସମ୍ପର୍ଣ୍ଣ ହେବା ପରେ ବିବାହ କାର୍ଯ୍ୟ ସମ୍ପାଦିତ ହୋଇଛି । ବିଧି ମୁତାବକ କୋରୋନା କଟକଣାକୁ ଦୃଷ୍ଟରେ ରଖି ଏହି ଦେବ ବିବାହ ରୀତିନୀତି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଅନୁଷ୍ଠିତ ହୋଇଛି ।

କୋଭିଡ କଟକଣାରେ ହର-ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ

ସେହିପରି ବିବାହ ସମ୍ପୂର୍ଣ୍ଣର ଅନ୍ତିମ ପର୍ଯ୍ୟାୟରେ ହର-ପାର୍ବତୀଙ୍କ ଯୋଡିଙ୍କୁ ଘଣ୍ଟଘଣ୍ଟା ବଜାଇ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ଅଧିଷ୍ଠିତ କରି ଏହି ବିବାହ କାର୍ଯ୍ୟକୁ ସମାପନ କରାଯାଇଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details