ଭୁବନେଶ୍ବର: ସହି ହେଲାନି ପ୍ରେମର ଜ୍ବାଳା । ପ୍ରେମିକା ଦୁଆରେ ପହଞ୍ଚି ହୋହଲ୍ଲା କଲା ପ୍ରେମିକ । କିଛି ସମୟ ମଧ୍ୟରେ ପ୍ରେମିକା ବେଡରୁମରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ । ଏମିତି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ ଅଞ୍ଚଳରୁ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ଘରୁ ତାଙ୍କର ପ୍ରେମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନିମାପଡା ନମ୍ବିଲୋ ଅଞ୍ଚଳର ପୁପୁନ ସ୍ବାଇଁ । କମିଶନରେଟ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଯୁବତୀଙ୍କ ବେଡରୁମରୁ ମୃତଦେହ ମିଳିବା ସନ୍ଦେହ ବଢାଇଛି ।
ମିଳିଥିବା ସୂଚନା ମୁତାବକ, ମୃତକ ପୁପୁନ ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି । ଶିଶୁପାଳଗଡ଼ର ଏକ ସହଜ ସେବା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବୀତଙ୍କ ସହ ସେ ସମ୍ପର୍କରେ ଆସିଥିଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଅତି ନିବିଡ଼ ହୋଇଥିଲା । ଉଭୟଙ୍କ ଘରଲୋକେ ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ପରେ ବିବାହ ଯାଏଁ କଥା ଯାଇଥିଲା । କିନ୍ତୁ ଗତ କିଛି ଦିନ ହେବ ଯୁବକ ବିଚଳିତ ରହୁଥିଲେ । ଅନେକ ସମୟରେ ମଦ ପିଇ ଫୋନ କରୁଥିଲେ ପ୍ରେମିକାଙ୍କୁ । ସୋମବାର ସନ୍ଧ୍ୟାରେ ସେ ମଦ ପିଇ ଆସି ପ୍ରେମିକା ଘରେ ହଙ୍ଗାମା କରିଥିଲେ । ଏହାଦେଖି ଝିଅର ବାପାମାଆ ତାଜୁବ ହୋଇଥିଲେ । ପ୍ରେମିକା ମଧ୍ୟ ଏପରି ବ୍ୟବହାର ନେଇ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା ।
ଏହା ମଧ୍ୟ ପଢନ୍ତୁ: ଫୋନ ପେ ପଇସା ନେବାକୁ ମନା କରିବାରୁ ଆକ୍ରମଣ, ମଦ ଦୋକାନୀଙ୍କୁ ପିଟି ପିଟି ହତ୍ୟା