ଭୁବନେଶ୍ବର:ରାଜଧାନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି (Hanging dead body of woman found in Tamando) । ଝିଅର ମୃତ୍ୟୁ ପରେ ଜ୍ବାଇଁ ବିରୋଧରେ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର । ମୃତ ମହିଳାଙ୍କ ସ୍ବାମୀ ସଫ୍ଟୱୟାର ଇଞ୍ଜିନିୟର କହି ବିବାହ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ପାଣି ବ୍ୟବସାୟୀ ବୋଲି ଜଣାପଡ଼ିଥିଲା । ମହିଳାଙ୍କୁ ଯୌତୁକ ପାଇଁ ଶାରୀରିକ ନିର୍ଯାତନା ଦେଇଆସୁଥିବାରୁ ସହିନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ ଆଣିଛି ।
ମୃତ ମହିଳାଙ୍କ ନାଁ ସୁଶ୍ରି ସଙ୍ଗୀତା ବସ୍ତିଆ ବୋଲି ଜଣାପଡ଼ିଛି । ତାଙ୍କ ମୃତଦେହକୁ ପୋଲିସ ତମାଣ୍ଡୋ ଥାନା ଭଗବାନ ପୁର ନିକଟ ସେକ ଭଡାଘରୁ ଉଦ୍ଧାର କରିଛି । ପ୍ରଦୀପ ନାୟକଙ୍କୁ ସଙ୍ଗୀତା ଗତ ୨୦ ଜାନୁଆରୀ ୨୦୨ ୧ମସିହାରେ ବିବାହ କରିଥିଲେ । ଏବେ ଝିଅର ମୃତ୍ୟୁ ହେବା ପରେ ପରିବାର ଲୋକ ଜ୍ବାଇଁଙ୍କୁ ଦାୟୀ କରିଛନ୍ତି । ବିବାହ ସମୟରେ ଯୁବକ ଜଣେ ନିଜକୁ ସଫ୍ଟୱୟାର ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ । ମାତ୍ର ବିବାହ ପରେ ଯୌତୁକ ଦାବି କରି ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ।