ଓଡିଶା

odisha

ETV Bharat / state

ବିଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଛାନଭିନ ଜାରି - ବିଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥ କଡ଼ ସ୍ଥିତ ବିଲ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବିଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଛାନଭିନ ଜାରି
ବିଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଛାନଭିନ ଜାରି

By

Published : Dec 1, 2020, 7:56 PM IST

ଖୋର୍ଦ୍ଧା: ଜିଲ୍ଲାର ବାଲୁଆଁ ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ କଡ଼ ସ୍ଥିତ ବିଲ ଭିତରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବୃଦ୍ଧଙ୍କ ଏଯାଏଁ ବି ପରିଚୟ ମିଳିନଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ବିଲ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଛାନଭିନ ଜାରି

ସୂଚନାଯୋଗ୍ୟ, ବିଲ ପାଖ ଏକ ଗଛରେ ଜଣେ ବୃଦ୍ଧାଙ୍କ ମୃତଦେହ ଝୁଲୁଥିବାର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବା ହେତୁ ଏହାକୁ ଚିହ୍ନିବା କଷ୍ଟ ହୋଇଛି । ତେବେ ଦୁଇରୁ ଚାରିଦିନ ହେବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ମୃତ ବ୍ୟକ୍ତି ଜଣକ କିଏ ଏବଂ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହାର ତଦନ୍ତ କରୁଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details