ଓଡିଶା

odisha

ETV Bharat / state

ଅସହ୍ୟ ହେଲା ନିର୍ଯ୍ୟାତନା ! ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର - ଅସହ୍ୟ ହେଲା ନିର୍ଯ୍ୟାତନା !

ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କିରୋସିନ ଢାଳି ଆତ୍ମହତ୍ୟା କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।

ଅସହ୍ୟ ହେଲା ନିର୍ଯ୍ୟାତନା ! ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର
ଅସହ୍ୟ ହେଲା ନିର୍ଯ୍ୟାତନା ! ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର

By

Published : Jan 22, 2020, 2:55 PM IST

ଖୋର୍ଦ୍ଧା: ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର । ଶାଶୁ ଶଶୂରଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦ୍ବାରିକା ନଗରରେ । ଗୁରୁତର ମହିଳା ଜଣକ ହେଲେ ସୌଦାମିନି ପ୍ରଧାନ।

ଅସହ୍ୟ ହେଲା ନିର୍ଯ୍ୟାତନା ! ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର

ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ, ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ, ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details