ଓଡିଶା

odisha

ETV Bharat / state

ବେଗୁନିଆ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେବ ଗୁଜୁରାଟ ମଡେଲ - ବେଗୁନିଆ ନିର୍ବାଚନମଣ୍ଡଳୀ

ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି । ବେଗୁନିଆ ନିର୍ବାଚନମଣ୍ଡଳୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆସି ନିର୍ବାଚନୀ ବିଗୁଲ ବଜାଇଛନ୍ତି । ଅଧିକ ପଢନ୍ତୁ...

Gujarat model will be implemented in the Begunia constituency
ବେଗୁନିଆ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେବ ଗୁଜରାଟ ମଡେଲ

By

Published : Oct 26, 2021, 10:38 PM IST

ଖୋର୍ଦ୍ଧା: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଏବେଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି । ଲୋକମତକୁ କିଭଳି ନିଜ ଆଡକୁ ଆକର୍ଷିତ କରିବେ ସେଥିପାଇଁ ଆରମ୍ଭ କରିଛନ୍ତି କାର୍ଯ୍ୟକ୍ରମ ।

ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଗୋଡା ଲୋକନାଥ ଦେବଙ୍କ ପୀଠରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆସି ନିର୍ବାଚନୀ ବିଗୁଲ ବଜାଇଛନ୍ତି । କିଭଳି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ୱାର୍ଡ ଠାରୁ ବ୍ଲକ ଦଖଲ କରିବ ସେଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ସେହିପରି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗୁଜୁରାଟ ମଡେଲକୁ ଆପଣାଇ ଦଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କର୍ମୀଙ୍କୁ ଘର ଘର ବୁଲି ସେମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବାପାଇଁ ମନ୍ତ୍ର ଦେବାସହ ଆମେ ଚଳିତ ଥର ନିର୍ବାଚନ ଜିତିବା ପାଇଁ ଲଢ଼ୁଛେ ବୋଲି କହି କର୍ମୀଙ୍କ ମନୋବଳକୁ ଦୃଢ କରିଛନ୍ତି ।

ବେଗୁନିଆ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେବ ଗୁଜୁରାଟ ମଡେଲ

ସେହିଭଳି ବିଜେଡି ଓ କଂଗ୍ରେସର ବହୁ କର୍ମୀ ଓ ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ସାଂସଦଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଯୁବନେତା ପ୍ରକାଶ ବିଜୁଳି,ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details