ଓଡିଶା

odisha

ETV Bharat / state

ରାଜ୍ୟ ଗ୍ରନ୍ଥାଗାରରେ ମାର୍ଗଦର୍ଶନ କାର୍ଯ୍ୟକ୍ରମ, ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ଗୁରୁତ୍ବାରୋପ - ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ କାର୍ଯ୍ୟକ୍ରମ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକଙ୍କୁ ମାର୍ଗଦର୍ଶନ ନିମନ୍ତେ ପ୍ରେରଣାଦାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଯୋଗ ଦେଇ ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ସଫଳ ହେବା ନିମନ୍ତେ ପାଠକଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

guidance program in state library
ରାଜ୍ୟ ଗ୍ରନ୍ଥାଗାରରେ ମାର୍ଗଦର୍ଶନ କାର୍ଯ୍ୟକ୍ରମ

By

Published : Aug 7, 2023, 7:19 AM IST

ଭୁବନେଶ୍ବର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକଙ୍କୁ ମାର୍ଗଦର୍ଶନ ନିମନ୍ତେ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ସଫଳ ହେବା ନିମନ୍ତେ ପାଠକଙ୍କ ସହ ସତ୍ୟବ୍ରତ ସାହୁ ଆଲୋଚନା କରିଥିଲେ ।

ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପରୀକ୍ଷାର୍ଥୀ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ପ୍ରଶ୍ନପତ୍ରର ଉତ୍ତର ଦେବା ବେଳେ ତ୍ରୁଟିର ଅବତାରଣା କରି ସେମାନେ କିଭଳି ପରୀକ୍ଷାରେ ସଠିକ ଉତ୍ତର ଲେଖିବେ ସେନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପାଠକଙ୍କୁ ବୁଝାଇଥିଲେ । ଏ ସମ୍ପର୍କରେ ସେ କହିଥିଲେ," ପ୍ରତ୍ୟେକ ବିଦ୍ୟାର୍ଥୀ ଶୃଙ୍ଖଳିତ ଜୀବନଯାପନ କରି ଗୁରୁଜନ ଓ ସମାଜ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଈଶ୍ୱର ବିଶ୍ୱାସୀ ହୋଇ ନିଷ୍ଠାର ସହିତ ବିଭିନ୍ନ ପାଠ୍ୟପୁସ୍ତକ ପଠନ କରିବା ସଙ୍ଗେସଙ୍ଗେ ଖବର କାଗଜ ନିରନ୍ତର ପଠନ କରିବା ଆବଶ୍ୟକ । ବିଦ୍ୟାର୍ଥୀ ଜୀବନକୁ ଏକ ତପସ୍ୱୀର ଜୀବନ ଭାବେ ବିବେଚନା କରି ସାମାଜିକ ଗଣମାଧ୍ୟମ, ଅନଲାଇନ ଖେଳ, ବିଳାସ ବ୍ୟସନରୁ ଦୂରେଇ ରହି ସୁସ୍ଥ ମାନସିକତାରେ ଅଧ୍ୟୟନ କରିବା ଆବଶ୍ୟକ । ବିଭିନ୍ନ ପୁସ୍ତକ, ଖବରକାଗଜ ସହିତ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ଥିବା ପତ୍ରିକା ଓ ପୁସ୍ତକ ପଢ଼ାପଢ଼ି କରିବା ସହିତ ନୋଟ ପ୍ରସ୍ତୁତ କରି ପରସ୍ପର ମଧ୍ୟରେ ଏ ସଂକ୍ରାନ୍ତରେ ଆଲୋଚନା କଲେ ସେମାନଙ୍କ ମେଧାଶକ୍ତି ବୃଦ୍ଧି ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ:ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ମୁଖ୍ୟ ଫାଟକରେ ଉତ୍ତେଜନା

ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ନିଜ ବକ୍ତବ୍ୟରେ ବିଦ୍ୟାର୍ଥୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ପରବର୍ତ୍ତୀ ସମୟରେ ଏହି ମାର୍ଗଦର୍ଶନ କାର୍ଯ୍ୟକ୍ରମ ବିଭାଗ ଅଧିନସ୍ଥ ବିଭିନ୍ନ ଗ୍ରନ୍ଥାଗାରରେ ଆୟୋଜନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ମାର୍ଗଦର୍ଶନ କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ଦିନରେ ପାଠକମାନେ ଅଧିକ ସଂଖ୍ୟାରେ ସଫଳ ହୋଇପାରିବେ ବୋଲି ଦିଲ୍ଲୀପ ରାଉତରାୟ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ ଗ୍ରନ୍ଥାଗାରିକଙ୍କ ସହିତ ପାଠକମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପରିବାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା, ସଂସ୍କୃତି ଉପ ନିର୍ଦ୍ଦେଶକ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details