ଓଡିଶା

odisha

ETV Bharat / state

ଅଭିଭାବକ ମହାସଂଘ: ଶିକ୍ଷକମାନଙ୍କ ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ସ୍କୁଲ ସାମ୍ନାରେ ଧାରଣା ଦେବୁ - ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ

ଦିନକୁ ଦିନ ତେଜୁଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ପ୍ରାୟ 9 ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ତୁରନ୍ତ ଶିକ୍ଷକମାନଙ୍କ ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ସ୍କୁଲ ସାମ୍ନାରେ ଧାରଣା ଦେବା ନେଇ କହିଛି ଅଭିଭାବକ ମହାସଂଘ । ଅଧିକ ପଢ଼ନ୍ତୁ

ଅଭିଭାବକ ମହାସଂଘ
ଅଭିଭାବକ ମହାସଂଘ

By ETV Bharat Odisha Team

Published : Sep 17, 2023, 7:31 PM IST

ଅଭିଭାବକ ମହାସଂଘ

ଭୁବନେଶ୍ବର: ଦିନକୁ ଦିନ ତେଜୁଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ପ୍ରାୟ 9 ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଫଳରେ ରାଜ୍ୟର ସରକାରୀ ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହେବା ସହିତ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଛି l ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଯଦି ତୁରନ୍ତ ଶିକ୍ଷକମାନଙ୍କ ଦାବି ପୂରଣ ନହୁଏ ତେବେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ୍‌ ସାମ୍ନାରେ ଧାରଣା ଦେବା ନେଇ କହିଛି ଅଭିଭାବକ ମହାସଂଘ ।

ତେବେ ଆଜିର ଦିନରେ ସାଧାରଣ ଦିନ ମଜୁରିଆ ଦିନକୁ 500 ଟଙ୍କା ପାଉଥିବା ବେଳେ କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଦିନକୁ 250 ଟଙ୍କା ଅର୍ଥାତ ମାସକୁ 7500 ଟଙ୍କାରେ ଶିକ୍ଷାଦାନ କରୁଛନ୍ତି । ଗୁରୁମାନଙ୍କ ପ୍ରତି ଏହି ଚରମ ଅବହେଳା ଓ ହୀନମାନ୍ୟତା ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ଅପବାଦ ସୃଷ୍ଟି କରୁଛି l ଶିକ୍ଷକମାନଙ୍କୁ ଉଚିତ୍‌ ପ୍ରାପ୍ୟ ସହିତ ନିଯୁକ୍ତି ସ୍ଥାୟୀତ୍ୱ ନହେଲେ ସେମାନେ କିଭଳି ଆମର ଆଗାମୀ ଭବିଷ୍ୟତମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବେ ବୋଲି କହିଛି ଅଭିଭାବକ ମହାସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ତେଜୁଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ, ଏନଏଚଆରସିକୁ ଗଲା ମାମଲା


ଅନ୍ୟପକ୍ଷେ, ପୂର୍ବରୁ ବହୁବାର ବିଭିନ୍ନ ପର୍ଯ୍ୟାୟରେ ସରକାର, ଶିକ୍ଷକ ସଙ୍ଘ ସହିତ ଆଲୋଚନା କରି ସମାଧାନ ପାଇଁ ପ୍ରତିଶୃତି ଦେଇ ସାରିଛନ୍ତି । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସମାଧାନ କରାଯାଇ ନାହିଁ । ତେଣୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସହିତ ଶିକ୍ଷକମାନଙ୍କ 4200 ଗ୍ରେଡ୍‌ ପେ, କଳା ଓ ଖେଳ ଶିକ୍ଷକ 10 ବର୍ଷରୁ ଊର୍ଦ୍ଧ୍ୱ, ପୂର୍ବରୁ ଶିକ୍ଷା ସହାୟକ 1500 ଠାରୁ 11000 ପର୍ଯ୍ୟନ୍ତ ପ୍ରାୟ 20 ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରିଥିବା ଶିକ୍ଷକମାନଙ୍କୁ ଏବଂ ଅସ୍ଥାୟୀ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିକୁ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ଦାବି କରିଛି l ସେପଟେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଭୁବନେଶ୍ୱର, ବାଲିପାଟଣା, ବାଲିଅନ୍ତା, ବୋଲଗଡ, ବେଗୁନିଆ, ରଣପୁର ଏବଂ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଅଫିସରେ ପହଞ୍ଚି ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।



ଓଡି଼ଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି " ସରକାରଙ୍କୁ ଶିକ୍ଷକମାନଙ୍କ ଦାବୀ ପୂରଣ କରି ସ୍କୁଲରେ ପାଠ ପଢା଼କୁ ସ୍ୱାଭାବିକ କରିବାକୁ ଅନୁରୋଧ କରିବୁ l ଯଦି ଶିକ୍ଷକମାନଙ୍କ ଦାବି ତୁରନ୍ତ ପୂରଣ ନହୁଏ ତେବେ ଆସନ୍ତାକାଲି ଅର୍ଥାତ ସୋମବାର ଦିନ ଠାରୁ ରାଜ୍ୟର ସମସ୍ତ ସ୍କୁଲ ସାମ୍ନାରେ ଧାରଣା ଦେବୁ। ଏପରି ଯଦି ରାଜ୍ୟରେ 48600 ସ୍କୁଲ ସାମ୍ନାରେ ଅଭିଭାବକମାନେ ଧାରଣା ଦେବେ ଆଗକୁ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details