ଖୋର୍ଦ୍ଧା: ଶଙ୍ଖ ବାଜୁଛି ହୁଳହୁଳି ପଡୁଛି ଆଉ ଗାଁ ଦାଣ୍ଡରେ ଫୁଲ ବର୍ଷା ହେଉଛି । ସତେ ଯେମିତି ଗାଁ ଦାଣ୍ଡରେ କୌଣସି ପଟୁଆର ଯାଉଛି । ଆଜି ଏପରି ଢଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଗେଡିଆପଲି ଗ୍ରାମବାସୀ କୋରୋନା ଯୋଦ୍ଧା ସାଜିଥିବା ପୋଲିସ ବାହିନୀକୁ ସମ୍ବର୍ଦ୍ଧିତ କରିଥିବା ଦେଖା ଦେଇଛି ।
ଶଙ୍ଖ,ହୁଳହୁଳି ଓ ଫୁଲ ବର୍ଷା କରି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା - covid 19
କମ୍ପୁଛି ଗାଁ ଦାଣ୍ଡ। ହୁଳହୁଳି ଶଙ୍ଖରେ ଫାଟି ପଡୁଛି ସାରା ପରିବେଶ। ଆଜି ଏପରି ଢଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଗେଡିଆପଲି ଗ୍ରାମବାସୀ କୋରୋନା ଯୋଦ୍ଧା ସାଜିଥିବା ପୋଲିସ ବାହିନୀକୁ ସମ୍ବର୍ଦ୍ଧିତ କରିଥିବା ଦେଖା ଦେଇଛି ।
![ଶଙ୍ଖ,ହୁଳହୁଳି ଓ ଫୁଲ ବର୍ଷା କରି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା Grand tribute to front line police worker](https://etvbharatimages.akamaized.net/etvbharat/prod-images/768-512-6881164-1048-6881164-1587462429132.jpg)
ଶଙ୍ଖ,ହୁଳହୁଳି ଓ ଫୁଲ ବର୍ଷା କରି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଏହି ବିପତ୍ତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ଯେପରି ଗାଁ ଗାଁ ବୁଲି ନିଜ ପରିବାର ଠାରୁ ଦୂରରେ ରହି ଲୋକମାନଙ୍କୁ କୋରୋନା ମହାମାରୀର ଭୟାବହତା ବିଷୟରେ ସଚେତନ କରୁଛନ୍ତି ତାଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି । ଏ ସମ୍ବର୍ଦ୍ଧନା ପୋଲିସର ମନୋବଳକୁ ଆହୁରି ବଢ଼େଇବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ଶଙ୍ଖ,ହୁଳହୁଳି ଓ ଫୁଲ ବର୍ଷା କରି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ