ଓଡିଶା

odisha

ETV Bharat / state

ଗାନ୍ଧୀମାର୍ଗରେ ଗର୍ଜିଲେ GPLF ମିଶନଶକ୍ତି କର୍ମୀ - ଭୁବନେଶ୍ବରରେ ମିଶନ ଶକ୍ତି କର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ମହିଳା । ଅଲ୍ ଓଡ଼ିଶା GPLF ମିଶନ ଶକ୍ତି କର୍ମୀ ସାମୁଖ୍ୟ ପକ୍ଷରୁ ବିଶାଳ ସମାବେଶ । ଅଧିକ ପଢନ୍ତୁ

mission shakti workers protest
mission shakti workers protest

By

Published : Feb 20, 2023, 6:03 PM IST

mission shakti workers protest

ଭୁବନେଶ୍ବର: ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ମହିଳା । ଅଲ୍ ଓଡ଼ିଶା GPLF ମିଶନ ଶକ୍ତି କର୍ମୀ ସାମୁଖ୍ୟ ପକ୍ଷରୁ ବିଶାଳ ସମାବେଶ ହେଉଛି । 10 ଦଫା ଦାବି ନେଇ ଏହି ସମାବେଶ କରୁଛି ସଂଗଠନ । ତେବେ ଦାବି ଗୁଡ଼ିକ ହେଲା ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ସ୍ଥାୟୀ ନିଯୁକ୍ତି । ଏଥିସହ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କର ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରାଯାଇ ବ୍ୟାଙ୍କ୍ ମାଧ୍ୟମରେ ପ୍ରଦାନ କରାଯିବା ।

ସେହିପରି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କର ପାରିଶ୍ରମିକ ରାଶି ଆସିଥିବା ୭୫% ପରିବର୍ତ୍ତେ 100% କରାଯାଇ ଜିଲ୍ଲା ଗୁଡିକୁ ଲେଟର ପ୍ରଦାନ କରାଯାଉ। ମିଶନ ଶକ୍ତିରେ ଘୋଷଣା କରାଯାଇଥିବା ଆଇ କାର୍ଡ ପ୍ରଦାନ କରାଯାଉ। ମିଶନ ଶକ୍ତିରେ ଦିଆ ଯାଇଥିବା ଡ୍ରେସ କୋଡ ଓ ମୋବାଇଲ ରାଶିରୁ ବଞ୍ଚିତ ଥିବା ଜିଲ୍ଲା ଗୁଡିକୁ ତୁରନ୍ତ ପ୍ରଦାନ କରାଯାଉ। ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପାଇବାକୁ ଥିବା ବୋନସ ରାଶି କିଭଳି ପାଇବେ ସେନେଇ ସୁବ୍ୟବସ୍ଥା କରାଯାଉ।

ଅନ୍ୟପଟେ ଅନଲାଇନ୍ ରେ ଏଣ୍ଟ୍ରି ନିମନ୍ତେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ସହିତ ଆର୍ଥିକ ରାଶି ପ୍ରଦାନ କରାଯାଉ। SHG ଋଣ ନେବା ପାଇଁ ଗୋଷ୍ଠୀ ବିନିଯୋଗ ପାଣ୍ଠି ୫୦ ଲକ୍ଷ (cif) ପ୍ରଦାନ କରାଯାଉ। ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ESI ସୁବିଧା ସହିତ ଚିକିତ୍ସା ଭିତ୍ତିକ ଛୁଟି ପ୍ରଦାନ କରାଯାଉ। ଏହା ଛଡା ମିଶନ ଶକ୍ତିରେ ବାହାରୁ ଥିବା ପଦବୀ ଗୁଡିକ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛି ସଙ୍ଘ।

ଏହା ମଧ୍ୟ ପଢନ୍ତୁ- Country's Youngest Organ Donor: ବାପାଙ୍କୁ ଯକୃତ ଦାନ କଲେ 17 ବର୍ଷିୟା ଝିଅ

ତେବେ ଏନେଇ ସଂଘର ଚେୟାମ୍ୟାନ ସୁବାସ ସିଂ କହିଛନ୍ତି ଯେ, ମୁଖ୍ୟ ଦାବି କେନ୍ଦ୍ରୀୟ ଯୋଜନା । ଏଥିରେ କେନ୍ଦ୍ର ସରକାର ଧ୍ୟାନ ଦେଉ ନାହାନ୍ତି। ଏନେଇ ଏହି ବିଶାଳ ସମାବେଶ ମାଧ୍ୟମରେ ଦାବି କରୁଛୁ ଯେ କେନ୍ଦ୍ରୀୟ ଯୋଜନା ପ୍ରତି କେନ୍ଦ୍ର ଅଧିକ ବ୍ୟୟ ବରାଦ କରୁ । ଆମ ଚାକିରିର ନିରାପତ୍ତା ଆଣୁ , ଶ୍ରମିକର ମାନ୍ୟତା ବା ସରକାରୀ ସ୍ବୀକୃତି ମିଳିବା ନେଇ ପଦକ୍ଷେପ ନିଆଯାଉ । ୬୦ ଏବଂ ୪୦ ସେୟାର ରେ ଚାଲିଛି ଏହି ଯୋଜନା। ହେଲେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ଆଜି ଏହି ସମାବେଶ ।

ସେହିପରି ଏପଟେ ସଭାପତି ନିରୁପମା ନାୟକ କହିଛନ୍ତି ଯେ, ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ । ସେମାନଙ୍କ ଦରମା କିଭଳି ଭାବରେ ବୃଦ୍ଧି ଘଟିବ ସେହି ଦାବିକୁ ନେଇ ଆଜି ଲୋୟର ପିଏମଜିରେ ମିଶନ ଶକ୍ତିର ମହିଳା ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details