ଓଡିଶା

odisha

ETV Bharat / state

ଓଡିଶା ପାଇଁ 57 ଟି ସେତୁ ମଞ୍ଜୁର କଲେ କେନ୍ଦ୍ର ସରକାର - 57 ଟି ସେତୁ ମଞ୍ଜୁର କଲେ କେନ୍ଦ୍ର ସରକାର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତର ଦେଇ କହିଛନ୍ତି । ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି । ଅଧିକ ପଢନ୍ତୁ

ଓଡିଶା ପାଇଁ 57 ଟି ସେତୁ ମଞ୍ଜୁର କଲେ  କେନ୍ଦ୍ର ସରକାର
ଓଡିଶା ପାଇଁ 57 ଟି ସେତୁ ମଞ୍ଜୁର କଲେ କେନ୍ଦ୍ର ସରକାର

By

Published : Mar 14, 2023, 11:06 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଦେଲେ ମଞ୍ଜୁର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତର ଦେଇ କହିଛନ୍ତି । ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ଯେ, ଭାରତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମାନା ଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।

ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ସେହିପରି ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥବ୍ୟୟବରାଦ ହୋଇଛି । ଏହା ଦ୍ୱାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ I ଏହି ନିଷ୍ପତି ଅଞ୍ଚଳର ବିକାଶ କରିବା ସହ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ଯଯେ ଏହା ପୂର୍ବରୁ ଗତବର୍ଷ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ସାଙ୍ଗରେ ଧରି ଧର୍ମେନ୍ଦ୍ର ଗିରିରାଜ ସିଂଙ୍କୁ ସାକ୍ଷାତ କରିଥିଲେ । ଦାବି ଥିଲା ଆବାସ ପୋର୍ଟାଲ ଖୋଲିବାକୁ । ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଦାବି କରି ଧର୍ମେନ୍ଦ୍ର ଓଡିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ଅନୁରୋଧ କରିଥିଲେ । ସେତେବେଳେ ମଧ୍ୟ ଗିରିରାଜ ସିଂ ନିର୍ଦ୍ଦିଷ୍ଟ ସର୍ତ୍ତ ସହ ଆବାସ ପୋର୍ଟାଲ ଖୋଲିବାକୁ ଅନୁମତି ଦେଇଥିଲେ । ଯଦ୍ବାରା ରାଜ୍ୟକୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ମିଳିପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details