ଭୁବନେଶ୍ବର: କୃଷକ ମାନଙ୍କ ଆୟ ବୃଦ୍ଧି କେମିତି ହେବ ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷିରେ କ୍ରାନ୍ତିକାରୀ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟରେ ଖର୍ଚ୍ଚ କମ, ଉନ୍ନତମାନର ବିହନ, ବଜାର ବ୍ୟବସ୍ଥା, ଫୁଡ଼ ପ୍ରୋସେସିଂ ୟୁନିଟ୍ ଉପରେ ଗୁରୁତ୍ବ ଦିଆଯାଉଛି । 7ଟି ପିଲାର ଉପରେ ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ବର ଗସ୍ତରେ ଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଏହା କହିଛନ୍ତି ।
କୃଷି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, "କୃଷକମାନଙ୍କ ଆୟ ବୃଦ୍ଧି କେମିତି ହେବ ତାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷିରେ କ୍ରାନ୍ତିକାରୀ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟରେ ଖର୍ଚ୍ଚ କମ, ଉନ୍ନତମାନର ବିହନ, ବଜାର ବ୍ୟବସ୍ଥା, ଫୁଡ୍ ପ୍ରୋସେସିଂ ୟୁନିଟ୍ ଉପରେ ଗୁରୁତ୍ବ ଦିଆଯାଉଛି । 7ଟି ପିଲାର ଉପରେ ଗୁରୁତ୍ବ ଦିଆଯାଉଛି । ଯାହାଦ୍ବାରା କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି । ଏବେ ଦେଶ ସାରା କୃଷକମାନଙ୍କର ଆୟ ବଢୁଛି । ଆଇସିଏଆରରେ 75 ହଜାର କୃଷକଙ୍କ ତଥ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରୁ ଜଣାପଡିଛି ଯେ, ଚାଷୀଙ୍କ ଆୟ 2 ଗୁଣରୁ ଆରମ୍ଭ କରି 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 10 ହଜାର ଏଫପିଓ ଗଠନ କରାଯାଇଛି । ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ୍ ମାଧ୍ୟମରେ ଏଫପିଓ ଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିଭଳି ନାଚୁରାଲ ଫାର୍ମିଂକୁ ବୃଦ୍ଧି କରାଯାଇଛି ।"
ପ୍ରାକୃତିକ ଏବଂ ଗୋ ଆଧାରିତ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି । ଯାହା ଦ୍ବାରା ଚାଷ କାମରେ ଖର୍ଚ୍ଚ କମିବ । ମିଲେଟର ବ୍ୟବହାରକୁ ବିଶ୍ବ ସାରା ପହଞ୍ଚାଇବା ପାଇଁ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି । ମିଲେଟ ବା ଶ୍ରୀଅନ୍ନ ରପ୍ତାନୀ ବଢ଼ିଛି । କାରଣ ଭାରତରେ ହିଁ ସର୍ବାଧିକ ମିଲେଟ ଉତ୍ପାଦନ ହେଉଛି । ଆଗାମୀ ଦିନରେ ଚାଷୀ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ସରକାର କୃଷି ବଜେଟ ବଢ଼ାଇଛନ୍ତି । 2013 ପୂର୍ବରୁ କୃଷି ବଜେଟ 22ରୁ 23 ହଜାର କୋଟିରେ ସୀମିତ ରହିଥିବା ବେଳେ ଏବେ କୃଷି ବଜେଟ 1 ଲକ୍ଷ 25 ହଜାର କୋଟିରୁ ଅଧିକ ହେଲାଣି । ତେଣୁ 5 ଗୁଣରୁ ଅଧିକ ବଢ଼ିଲାଣି କୃଷି ବଜେଟ । ଯାହାକି କୃଷକଙ୍କ ଆୟ ଵୃଦ୍ଧି କ୍ଷେତ୍ରରେ ବହୁତ ସହାୟକ ହେବ ।