ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟାଳୟରେ ରହିବ ସବୁ ବିଭାଗର କାର୍ଯ୍ୟାଳୟ । ଏହାସହ ଖୋର୍ଦ୍ଧା ହେବ ଆଦର୍ଶ ଜିଲ୍ଲା । ରାଜ୍ୟ ସରକାରଙ୍କ ଫାଇଭ-ଟି କୁ ତୃଣମୂଳ ସ୍ତରରେ ଉପଯୋଗ କରାଯିବା ସହ ଜିଲ୍ଲାରେ ଥିବା ସବୁ ବିଭାଗ ଜନସାଧାରଣଙ୍କ ପାଇଁ କାମ କରିବ । ଏଭଳି କିଛି କହି ଜିଲ୍ଲାବାସୀଙ୍କ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ।
ସେହିପରି ଯୋଜନା ବୋର୍ଡର ଅଧକ୍ଷ ଦାୟିତ୍ବ ନେବା ପରେ ଜିଲ୍ଲା ମୁଖ୍ୟାଳୟରେ ସବୁ ବିଭାଗର କାର୍ଯ୍ୟାଳୟ ରହିବାକୁ ନେଇ ଗୁରୁତ୍ବରୋପ କରିଛନ୍ତି । ଏହାସହ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟରେ ଦାୟୀତ୍ବ ନେବା ଅବସରରେ ପ୍ରଶାନ୍ତ କୁମାର ଜଗଦେବ ସୂଚନା ଦେଇଛନ୍ତି ।