ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ନବୀନ ନିବାସରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟଙ୍କ ଭେଟଘାଟ ସୌଜନ୍ୟମୂଳକ ବୋଲି କୁହାଯାଉଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ରଘୁବର । ଏହି ଅବସରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।
ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ଆଲୋଚନା ସୌଜନ୍ୟମୂଳକ ବୋଲି କୁହାଯାଇଛି । ରାଜ୍ୟପାଳ ଭାବେ ଶପଥ ନେବା ପରେ ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ରଘୁବର ଓଡ଼ିଶା ଆସିବା ଦିନ ଓ ଶପଥ ପାଠ ଉତ୍ସବରେ ନବୀନଙ୍କ ସହ ଭେଟ ହୋଇଛି । କିନ୍ତୁ ସେ ଭେଟ ସ୍ୱଳ୍ପ ସମୟ ପାଇଁ ଥିଲା । ରାଜ୍ୟପାଳ ଭାବେ ଆଜି(ଶୁକ୍ରବାର) ରଘୁବର ଦାସ ପ୍ରଥମ ଥର ରାଜଭବନ ବାହାରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଜନତା ମୈଦାନରେ ଚାଲିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେବେ ।
ଏହାମଧ୍ୟ ପଢନ୍ତୁ: Governor Visits Puri: ଦାୟିତ୍ବ ନେବା ପରେ ମହାପ୍ରଭୁଙ୍କ ଆଶିଷ ନେଲେ ରାଜ୍ୟପାଳ ରଘୁବର ଦାସ