ଭୁବନେଶ୍ଵର: ରାଜଧାନୀରେ ଦୁଇ ଦିନ ଧରି ଚାଲିଛି ୱାଇ-୨୦ ସମ୍ମିଳନୀ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୦ଟି ଦେଶର ୨୧ ଜଣ ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ, ଶିକ୍ଷାବିତ ଓ ୫ଟି ଦେଶର କୂଟନୀତିଜ୍ଞଙ୍କୁ ଭୁବନେଶ୍ବରରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି ।
କିଟ୍ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନାରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବସୁଧୈବ କୁଟୁମ୍ବକମ ଉପରେ ଗୁରୁତ୍ବ ଦେଇଛନ୍ତି । ୱାଇ-୨୦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଦେଶୀମାନେ କହିଛନ୍ତି, ଓଡ଼ିଶାର ଲୋକମାନେ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ ବୋଲି ମତ ଦେବା ସହ ସେମାନଙ୍କ ଓଡ଼ିଶା ଗସ୍ତ କେବେ ବି ଭୁଲି ପାରିବେ ନାହିଁ । ଅନ୍ୟପଟେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, "ସମସ୍ତଙ୍କ ଅନୁରୋଧକୁ ରକ୍ଷାକରି ୨୦ଟି ଦେଶର ସାଂସଦ, କୂଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତ୍ମାନେ ଏଠାକୁ ଆସିଥିବାରୁ ଏହା ଓଡ଼ିଶା ପାଇଁ ଗୌରବର ବିଷୟ । ସେଥିପାଇଁ ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଉଛି ।" ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଗବୀ ଇଣ୍ଡିଆର ସଭାପତି ତଥା ବଲିଉଡ଼ ଅଭିନେତା ରାହୁଳ ବୋଷ ।
ଏହା ମଧ୍ୟ ପଢ଼ନ୍ତୁ:Y20 କନ୍ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ