ଓଡିଶା

odisha

ETV Bharat / state

Budget Session: ବଜେଟ ଆଗତ ପୂର୍ବରୁ ସରକାର ବିରୋଧୀ ଆରୋପ ପ୍ରତ୍ୟାରୋପ

ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝି କହିଛନ୍ତି ଆସନ୍ତାକାଲି ଆର୍ଥିକ ବର୍ଷ 2023-24 ପାଇଁ ଯେଉଁ ବଜେଟ ଆସିବ ତାହା ପୂର୍ଣ୍ଣାଙ୍ଗ ବଜେଟ ହେବ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଗୋଲାପି ଚିତ୍ର ଆଙ୍କିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଧିକ ପଢନ୍ତୁ

By

Published : Feb 23, 2023, 6:48 PM IST

ବଜେଟ ଆଗତ ପୂର୍ବରୁ  ସରକାର ବିରୋଧୀ ଆରୋପ ପ୍ରତ୍ୟାରୋପ
ବଜେଟ ଆଗତ ପୂର୍ବରୁ ସରବଜେଟ ଆଗତ ପୂର୍ବରୁ ସରକାର ବିରୋଧୀ ଆରୋପ ପ୍ରତ୍ୟାରୋପକାର ବିରୋଧୀ ଆରୋପ ପ୍ରତ୍ୟାରୋପ

ବଜେଟ ଆଗତ ପୂର୍ବରୁ ସରକାର ବିରୋଧୀ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଆସିବ 2023-24 ଆର୍ଥିକ ବର୍ଷର ସାଧାରଣ ବଜେଟ । ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଏହା ହେଉଛି ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବଜେଟରେ ରାଜ୍ୟ ସରକାର ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଏତତ ବ୍ୟତୀତ କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି ସରକାର । ବଜେଟ ଆସିବା ପୂର୍ବରୁ ଏବେ ସରକାର ଓ ବିରୋଧୀ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି ।

ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝି କହିଛନ୍ତି ଆସନ୍ତାକାଲି ଆର୍ଥିକ ବର୍ଷ 2023-24 ପାଇଁ ଯେଉଁ ବଜେଟ ଆସିବ ତାହା ପୂର୍ଣ୍ଣାଙ୍ଗ ବଜେଟ ହେବ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଗୋଲାପି ଚିତ୍ର ଆଙ୍କିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆପଣ ଅତୀତରେ ଜାଣିଥିବେ ଭୋଟ ପାଇବା ପାଇଁ ଅନେକ ଯୋଜନା ଆଣନ୍ତି କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ କାର୍ଯ୍ୟକାରୀ କରନ୍ତିନାହିଁ । କାଳିଆ ଯୋଜନାରେ ୧୦ ହଜାର ଦେବେ ବୋଲି କହିଥିଲେ କିନ୍ତୁ ବାସ୍ତବରେ କେତେ ଟଙ୍କା ଦେଉଛନ୍ତି । ୪ହଜାର ଟଙ୍କା ଲେଖାଏଁ ଦେଉଛନ୍ତି ତାହା ପୁଣି ପର୍ବ ପର୍ବାଣୀ ହେଲେ ବର୍ଷକୁ ଥରେ ଦୁଇ ଥର କେତେବେଳେ କେମିତି ମିଳୁଛି । ଏମିତି କାଳିଆ, ବଳିଆ, ପିଠା, ଆମ ଗାଁ ଆମ ବିକାଶ ଯୋଜନା କରିଛନ୍ତି ସତ କିନ୍ତୁ ତାର ଚିହ୍ନବର୍ଣ୍ଣ ନାହିଁ। ସେ ଦୃଷ୍ଟି କୋଣରୁ ଲୋକ ପ୍ରିୟତା ପାଇଁ କିଛି ଯୋଜନା ରଖିପାରନ୍ତି। ବିଭିନ୍ନ ରାଜସ୍ଵ ଆସିବା କଥା ଏ ବର୍ଷ କମି ଯାଇଛି। ଖଣି ରୁ ୮ ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କା ଅର୍ଥ ଆଦାୟ କରିପାରିନାହାନ୍ତି ସରକାର। ରାଜସ୍ଵ ଆଦାୟ କରିବାର ଅପାରଗତା ମଧ୍ୟ ଏସରକାର। ଯେଉଁଥି ପାଇଁ ଏ ବର୍ଷ ନିଅଣ୍ଟିଆ ବଜେଟ ହେବାର ବହୁତ ସମ୍ଭାବନା ଅଛି। ଯାହା ପାଇଁ ଋଣ ଗ୍ରସ୍ତ ହେବେ ସରକାର।

ଏହାବି ପଢନ୍ତୁ- Odisha Assembly: ରାସ୍ତାରୁ ହଟିବ 20ଲକ୍ଷରୁ ଅଧିକ ପୁରୁଣା ଗାଡି, କୋଟିଆରେ ହୋଇନି ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ କହିଲେ ମନ୍ତ୍ରୀ

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଲୋକ ମାନଙ୍କ ଭୋଟ ପାଇଁ ତାଙ୍କୁ ପ୍ରଲୋଭନ ଦେବା ପାଇଁ ରାଜ୍ୟ ସରକାର ବହୁତ ଗୁଡାଏ ଯୋଜନା ଘୋଷଣା କରିବେ। ଯାହା ସରକାରଙ୍କ ପାଖରେ ଅର୍ଥ ନଥିବ। ଏହା ଏହି ସରକାରଙ୍କ ଅନ୍ତିମ ବଜେଟ ଥିବାରୁ ଲୋକ ଙ୍କୁ ଭୂଆଁ ବୁଲାଇବା ପାଇଁ ବଜେଟ ଆଣିବେ। ଯାହା କିଛି କହିବେ ଭୋଟ ପାଇଁ କହିବେ । ତାହା ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଏ ବର୍ଷର ବଜେଟ ବି ସରକାରଙ୍କ ଭୁଆଁବୁଲା ବଜେଟ ରହିବ ।

ଅନ୍ଯପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ମୁଁ ଯେବେ ବିଧାୟକ ହୋଇଥିଲି ସେତେ ବେଳେ ମାତ୍ର ୧୧ ହଜାର କୋଟି ଟଙ୍କାର ବଜେଟ ଥିଲା। ବର୍ତ୍ତମାନ ଏହା ୨ ଲକ୍ଷ କୋଟିର ଆକାର ନେଲାଣି । କାଲି ଯେଉଁ ବଜେଟ ଆସିବ ନିଶ୍ଚିତ ଭାବେ ଲୋକାଭିମୁଖୀ ହେବ । ବଜେଟର ଆକାର ବି ବଡ ହେବ । ତେଣୁ ଭାରତ ବର୍ଷରେ ଆମ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ। ସାଧାରଣ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆସିବ। ରାସ୍ତାଘାଟ,ସ୍ବାସ୍ଥ୍ୟ ,ଶିକ୍ଷା, କୃଷି ଓ ଜଳ ଭଳି ଅନେକ ଦିଗରେ ଗୁରୁତ୍ବ ଦିଆଯିବ। ଯେଉଁ ଯୋଜନା ଚାଲିଛି ଆପଣ ମାନେ ଜାଣନ୍ତି ତେଣୁ ଆସନ୍ତାକାଲିକୁ ଆମେ ଅପେକ୍ଷା କରିବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details