ଓଡିଶା

odisha

ETV Bharat / state

ଆଦର୍ଶ ବସତି ହେବ ବଗପାଟିଆ କଲୋନୀ: ମୁଖ୍ୟ ଶାସନ ସଚିବ - ନାବାର୍ଡ ପକ୍ଷରୁ ବଗପାଟିଆ ପୁନର୍ବାସ ପାଇଁ ସହାୟତା

ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସ୍ତି ଭାବେ ପରିଣତ କରିବେ ସରକାର । ରାଜ୍ୟ ସରାକାର ଏବଂ ନାବାର୍ଡର ମିଳିତ ଉଦ୍ୟମରେ ବଗପାଟିଆ ପୁନର୍ବାସ ବିକାଶ କରାଯିବ । ଅଧିକ ପଢନ୍ତୁ

ଆଦର୍ଶ ବସତି ହେବ ବଗପାଟିଆ କଲୋନୀ : ମୁଖ୍ୟ ଶାସନ ସଚିବ
ଆଦର୍ଶ ବସତି ହେବ ବଗପାଟିଆ କଲୋନୀ : ମୁଖ୍ୟ ଶାସନ ସଚିବ

By ETV Bharat Odisha Team

Published : Oct 13, 2023, 7:01 AM IST

ଭୁବନେଶ୍ବର:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମ ସବୁବେଳେ ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ପ୍ରଭାବିତ ହୋଇଆସୁଛି ତେଣୁ ଏହି ଗ୍ରାମର ୫୭୧ଟି ପରିବାରକୁ ବଗପାଟିଆରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଏନେଇ ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସମୁଦ୍ରତଟର କ୍ଷୟ ରୋକିବା ଦିଗରେ ବ୍ୟାପକ ହେନ୍ତାଳ ବନ ଓ ଝାଉଁ ବୃକ୍ଷରୋପଣ, ଅଳ୍ପ ଉଚ୍ଚତା ବିଶିଷ୍ଟ ନଡ଼ିଆ ଗଛ, ସପେଟା ଜାତୀୟ ବୃକ୍ଷ ଚାରା ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି । ମାଛ ଜେଟୀ, ଶୀତଳ ଭଣ୍ଡାର ସହ ମାଛ ରଖିବା କେନ୍ଦ୍ର, ଲୋକମାନଙ୍କୁ ମତ୍ସ୍ୟ ଡଙ୍ଗା ମରାମତି, ବଢ଼େଇ କାମ, ପୋଷାକ ମରାମତି, ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଜୀବିକାର୍ଜନ ସୁବିଧା ପ୍ରମୁଖ ପ୍ରସଙ୍ଗ ରହିଛି । ସେଠାରେ ଆନ୍ତଃ ରାସ୍ତା ଓ ଡ୍ରେନେଜ୍‌ ବ୍ୟବସ୍ଥାର ନିର୍ମାଣ ଓ ଅନ୍ୟ ଏକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ରାଜ୍ୟ ସରକାରଙ୍କ ଓ ନାବାର୍ଡ ମିଳିତ ସହ ଯୋଗିତାରେ ଗ୍ରାମୀଣ ଭିତ୍ତିଭୂମିର ବିକାଶ କରାଯିବ ।

ଏହା ମଧ୍ୟ ପଢନ୍ତୁ....ହୀରାକୁଦରେ ହେବ ଆକ୍ବା କଲଚର ଫାର୍ମ, ଖର୍ଚ୍ଚ ହେବ 100 କୋଟି

ଥଇଥାନ ହୋଇଥିବା ପରିବାରଗୁଡ଼ିକ ଯେପରି ଅର୍ଥପୂର୍ଣ୍ଣ ଓ ସମ୍ମାନଜନକ ଭାବେ ଜୀବିକା ନିର୍ବାହର ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ। ଚାଷ ଓ ଚାଷୀ ବ୍ୟତିତ ଅନ୍ୟାନ୍ୟ ବ୍ୟବସ୍ଥାରେ ଜୀବିକାର୍ଜନ କରିବେ ସେଥିପାଇଁ ଆନୁଷଙ୍ଗିକ ସୁବିଧା କରାଯିବ । ନିରାପଦ ପାନୀୟ ଜଳର ବ୍ୟବସ୍ଥା, ଜମି ପଟ୍ଟା ଓ ଚାଷ ଜମି ବଣ୍ଟନ, ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ସୁବିଧା, ଉତ୍ତମ ସଡ଼କ ଓ ଯୋଗାଯୋଗ, ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ବ୍ୟବସ୍ଥା କରାଯିବ । ନାବାର୍ଡ ତରଫରୁ ଆଗତ ପ୍ରସ୍ତାବରେ ଆଜି ଏହା ଉପସ୍ଥାପନ କରାଯାଇଛି । ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସିତି ଭାବେ ପରିଣତ କରାଯିବ । ଏହା ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିବ ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।

ଏହା ସହ ନାବାର୍ଡ କର୍ତ୍ତୃପକ୍ଷକୁ ସବିଶେଷ ଡିପିଆର୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଆର୍‌ସିଡିସି, ଟିପିସିଓଡିଏଲ, ନାବାର୍ଡ ମିଳିତ ସହଯୋଗରେ ବଗପାଟିଆରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବହୁ ବିଭାଗର ସଚିବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details