ଭୁବନେଶ୍ବର:ରାଜ୍ୟ ସରକାର ଭଡ଼ାରେ ଆଣିବେ ଦୁଇଟି ଏୟାରକ୍ରାଫ୍ଟ । ଏଫ୍ଆଇଏଚ୍ ପ୍ରୋ' ଲିଗ୍(ମହିଳା ଏବଂ ପୁରୁଷ) ୨୦୨୩-୨୪ ଆସନ୍ତା ଫେବୃଆରୀରେ ଆରମ୍ଭ ହେବ । ଏଥିପାଇଁ ସରକାର ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ୨ଟି ଏୟାରକ୍ରାଫ୍ଟ ମଧ୍ୟରେ ରହିଛି ୧ ଏୟାର ବସ୍ ଓ ଦ୍ୱିତୀୟଟି ୧ ଏଟିଆର୍-୭୨ ।
ତେବେ ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ' ଲିଗ୍ । ଏଥିପାଇଁ ଖେଳାଳୀ ଟିମ୍ ଏବଂ ଅଧିକାରୀଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ଦୁଇଟି ଏୟାରକ୍ରାଫ୍ଟକୁ ଭଡ଼ାରେ ଆଣିବେ । ଖେଳାଳୀ ଟିମ୍ ଏବଂ ଅଧିକାରୀଙ୍କ ଯିବା ଆସିବାରେ ଏହି ଦୁଇଟି ଏୟାରକ୍ରାଫ୍ଟ ସହଯୋଗ କରିବ । ଫେବୃୟାରୀ ୧୦ ତାରିଖ ଠାରୁ ୧୭ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲା ଏବଂ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରିବ । ଏହି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କୋଟେସନ ମାଗିଛନ୍ତି । ଯୋଗ୍ୟ ଏବଂ ଇଚ୍ଛୁକ ଏୟାରକ୍ରାଫ୍ଟ ଅପରେଟରମାନେ https:/tendersodisha.gov.in/nicgep/app ଏବଂ https://ct.odisha.gov.in/tenders ଓ୍ବେବ୍ସାଇଟ୍ କୋଟେସନ ଫର୍ମ ଡାଉନଲୋଡ୍ କରି ଆବେଦନ କରିବା ପାଇଁ କୁହାଯାଇଛି । ଜାନୁଆରୀ ୧୬ ତାରିଖ ଅପରାହ୍ନ ୩ଟା ମଧ୍ୟରେ ସମସ୍ତ ପ୍ରସ୍ତାବ ଗୁଡ଼ିକ ପହଞ୍ଚାଇବା ଆବଶ୍ୟକ ।