ଖୋର୍ଦ୍ଧା :କୋରୋନା ମହାମାରୀ ସମଗ୍ର ବିଶ୍ବକୁ ଆତଙ୍କିତ କରିଥିବାବେଳେ ଆମ ଦେଶ ମଧ୍ୟ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହି ମହାମାରୀ ସମୟରେ ଗମନାଗମନ ଓ ମାଲପରିବହନ ପାଇଁ ଡ୍ରାଇଭରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ସରକାର ସମସ୍ତଙ୍କ ପାଇଁ କିଛି କିଛି ସହାୟତା ଘୋଷଣା କରିଥିବାବେଳେ ଡ୍ରାଇଭରମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ଆଜି ଭିନ୍ନ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛି ଡ୍ରାଇଭର ମହାସଂଘ ।
କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ - ଖୋର୍ଦ୍ଧାର ଡ୍ରାଇଭର ସଂଘର ଅସନ୍ତୋଷ
କୋରୋନା ମହାମାରୀ କାଳରେ ସରକାରୀ ଉଦାସୀନତାର ଶିକାର ହେଉଥିବା ଅଭିଯୋଗ ଆଣିଛି ଡ୍ରାଇଭର ମହାସଂଘ । ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ । ଅଧିକ ପଢନ୍ତୁ...
କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ
କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ
ଡ୍ରାଇଭର ସଂଘର ସଦସ୍ୟମାନେ ନିଜ ପେଟରୁ କାଟି କିଛି ଅର୍ଥ ସଞ୍ଚୟ କରି ରାସ୍ତାରେ ଗାଡି ନେଇ ଯାଉଥିବା ନିଜ ସହଯୋଗୀ ଡ୍ରାଇଭରମାନଙ୍କୁ ମାକ୍ସ, ପାଣିବୋତଲ ଓ ବିସ୍କୁଟ ବଣ୍ଟନ କରି ସରକାରୀ ଉଦାସୀନତାର ପ୍ରତିକାତ୍ମକ ବିରୋଧ କରିଥିବା ଦେଖିବାକୁ ମିଳିଛି । ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଏକଜୁଟ ଏପରି ଢଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jul 4, 2021, 2:20 AM IST