ଖୋର୍ଦ୍ଧା: ଓଡିଶାର ପବିତ୍ର ମାଟିରେ ଜନ୍ମନେଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପବିତ୍ର ବୋଲି କହିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ସେମାନେ ଅନେକ ଗୁଣର ଅଧିକାରୀ ହୋଇ ଓଡିଶା ମାଟିରେ ଜନ୍ମ ନେଇଛନ୍ତି । କେବଳ ସେମାନଙ୍କୁ ନିଜ ଅନ୍ତର୍ନିହିତ ଗୁଣକୁ ଜଣାଇବା ଆବଶ୍ୟକ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ମହାମହିମ ରାଜ୍ୟପାଳ ଏପରି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଆକାଶକୁ ଛୁଇଁବା ଅପେକ୍ଷା ଆକାଶକୁ ପ୍ରାପ୍ତ କରିବାର ଇଚ୍ଛାଶକ୍ତି ଛାତ୍ରଛାତ୍ରୀଙ୍କଠାରେ ରହିବା ଆବଶ୍ୟକ' । ଓଡିଶା ଏକ ପବିତ୍ର ରାଜ୍ୟ ଏଠାରେ ଜନ୍ମ ନେଇଥିବା ସବୁ ପିଲା ପବିତ୍ର । ସେଥିପାଇଁ ସେମାନଙ୍କ ପାଖରେ ଏତେ ଶକ୍ତି ରହିଛି ଯେ, କେବଳ ଏହି କଥା ତାଙ୍କୁ ଜଣାଇବା ଆବଶ୍ୟକ ।