ଖୋର୍ଦ୍ଧା: ମାଲ ଗାଡ଼ିରେ ନିଆଁକୁ ଆୟତ କଲା ଟାଙ୍ଗୀ ଦମକଳ ବିଭାଗ । ଖୋର୍ଦ୍ଧା ଜିଲ୍ଲାର ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ିର ବଗିରେ ହଠାତ ନିଆଁ ଲାଗି ଯାଇଥିଲା । ପରେ ଷ୍ଟେସନ ମାଷ୍ଟରଙ୍କ ଅଭିଯୋଗ କ୍ରମେ ନିଆଁକୁ ଆୟତ କରିଛି ଟାଙ୍ଗୀ ଦମକଳ ବାହିନୀ ।
କୋଇଲା ବୋଝେଇ ଟ୍ରେନରେ ନିଆଁ, ଘଣ୍ଟାଏ ପରେ ଆୟତ କଲା ଦମକଳ ବାହିନୀ - khurda railway station
ମାଲ ଗାଡ଼ିରେ ନିଆଁକୁ ଆୟତ କଲା ଟାଙ୍ଗୀ ଦମକଳ ବିଭାଗ । ଖୋର୍ଦ୍ଧା ଜିଲ୍ଲାର ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ିର ବଗିରେ ହଠାତ ନିଆଁ ଲାଗି ଯାଇଥିଲା । ପରେ ଷ୍ଟେସନ ମାଷ୍ଟରଙ୍କ ଅଭିଯୋଗ କ୍ରମେ ନିଆଁକୁ ଆୟତ କରିଛି ଟାଙ୍ଗୀ ଦମକଳ ବାହିନୀ । ଅଧିକ ପଢନ୍ତୁ...
![କୋଇଲା ବୋଝେଇ ଟ୍ରେନରେ ନିଆଁ, ଘଣ୍ଟାଏ ପରେ ଆୟତ କଲା ଦମକଳ ବାହିନୀ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, 1ଘଣ୍ଟା ପରେ ଆୟତ କଲା ଦମକଳ ବାହିନୀ](https://etvbharatimages.akamaized.net/etvbharat/prod-images/768-512-10781015-thumbnail-3x2-train.jpg)
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, 1ଘଣ୍ଟା ପରେ ଆୟତ କଲା ଦମକଳ ବାହିନୀ
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, 1ଘଣ୍ଟା ପରେ ଆୟତ କଲା ଦମକଳ ବାହିନୀ
ସୂଚନା ମୁତାବକ ରେଳବିଭାଗ କାଳୁପଡ଼ା ଘାଟ ତରଫରୁ ଦିନ ୨.୩୦ ରେ ପ୍ରଥମେ ଅଭିଯୋଗ ହୋଇଥିଲା କିନ୍ତୁ କୌଣସି କାରଣରୁ ପୁଣି ଷ୍ଟେସନ ତରଫରୁ ମନା କରିଦେଇଥିଲେ । ପୁଣି ଅପରାହ୍ନ ୪ଟା ବେଳେ ଆଉଥରେ ଅଗ୍ନିଶମ ବିଭାଗ ଟାଙ୍ଗୀକୁ ଅବଗତ କରିଥିଲେ ହେଲେ ରେଳ ବଗି ଉପରେ ଯାଇଥିବା ୨୫ ହଜାର କିଲୋ ଭୋଲ୍ଟର ବିଦ୍ୟୁତ କଟି ନଥିବାରୁ ଦୀର୍ଘ ଏକ ଘଣ୍ଟା ବିଳମ୍ବରେ ନିଆଁ ଲିଭା କାମ ଆରମ୍ଭ ହୋଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ