ଖୋର୍ଦ୍ଧା: ଜାରି ରହିଛି ନାଇଟ କର୍ଫ୍ୟୁ, କିନ୍ତୁ ଲୁଟେରାମାନେ ଏହାକୁ ଖାତିର ନକରି କରିଚାଲିଛନ୍ତି ଲୁଟ୍ । ସେହିଭଳି ଗତକାଲି(ଶନିବାର) ବିଳମ୍ବିତ ରାତିରେ ବାଘମାରି ଥାନା ଅଧିନ କାଠଖୁଣ୍ଟିଆ ଗ୍ରାମର ଶିକ୍ଷକ କୈଳାସ ମାଣ୍ଡୋଇଙ୍କ ଘରେ ପଶି ଲୁଟେରା କଳାକନା ବୁଲାଇଛନ୍ତି। ରାତି ପ୍ରାୟ 2ଟା ସମୟରେ ଗେଟ ତାଲା କାଟି ଘରେ ପଶି ଲୁଟିଛନ୍ତି ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ 50ହଜାର ଟଙ୍କା ।
ଗ୍ରୀଲ କାଟି ଶିକ୍ଷକଙ୍କ ଘରୁ ଲୁଟିଲେ, ଦେଖିଦେବାରୁ ବହେ ଛେଚିଲେ - ବାଘମାରି ଥାନା ଅଧିନ କାଠଖୁଣ୍ଟିଆ ଗ୍ରାମ
ଗ୍ରୀଲ ତାଲା କାଟି ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ । ଘଟଣା ଘଟିଛି ବାଘମାରି ଥାନା ଅଧିନ କାଠଖୁଣ୍ଟିଆ ଗ୍ରାମରେ । ଅଧିକ ପଢନ୍ତୁ...

ଗ୍ରୀଲ ତାଲା କାଟି ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ଗ୍ରୀଲ ତାଲା କାଟି ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ସେହିପରି ଶିକ୍ଷକଙ୍କ ପତ୍ନୀ ଏବଂ ପୁଅ ଲୁଟ ସମୟରେ ଉଠିପଡିବାରୁ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ଲୁଟେରାମାନେ । ଏନେଇ ଶିକ୍ଷକ ବାଘମାରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ବାଘମାରି ପୋଲିସ ରାତ୍ରି ପାଟ୍ରୋଲିଂରେ ଅବହେଳା କାରଣରୁ ଏହି ଅଞ୍ଚଳରେ ଏଭଳି ଲୁଟପାତ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ