ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥରେ ଏକ କାରରୁ ସଶସ୍ତ୍ର ଡକାୟତି । ଚାନ୍ଦପୁର ଥାନା ଚମ୍ପାଗଡ ନିକଟରେ ଏକ କାରରୁ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ପରିବାର କାର ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଫେରୁଥିବା ବେଳେ ଘଟିଛି ଏପରି ଅଘଟଣ ।
ମାରଣାସ୍ତ୍ର ଦେଖାଇ କାରରୁ ଟଙ୍କା ଗହଣା ଲୁଟ, ଦୁର୍ବୃତ୍ତ ଫେରାର
ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ନିକଟସ୍ଥ ଏକ କାରରୁ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଲୁଟେରା । ଖଣ୍ଡା ବନ୍ଧୁକ ଦେଖାଇ କାରରୁ ଟଙ୍କା ଗହଣା ଲୁଟି ଦୁର୍ବୃତ୍ତ ଫେରାର ।
ଖଣ୍ଡା ବନ୍ଧୁକ ଦେଖାଇ କାରରୁ ଟଙ୍କା, ଗହଣା ଲୁଟି ଦୁର୍ବୃତ୍ତ ଫେରାର
ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାରଟି ଚମ୍ପାଗଡ ନିକଟରେ ଖରାପ ହୋଇଯାଇଥିଲା । କାର ଭିତରେ କାଚ ବନ୍ଦ କରି ମାଆ ପୁଅ ରହିଥିଲେ । ସେହି ସମୟରେ ଏକ ବୋଲେରୋ ଗାଡିରେ ୫ ଜଣ ଦୁର୍ବୃତ୍ତ ଆସି ଖଣ୍ଡା ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍, ମଙ୍ଗଳସୂତ୍ର ଓ ନଗଦ ୯୫୦୦ ଟଙ୍କା ଛଡାଇ ନେଇ ଯାଇଥିବା ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Dec 4, 2019, 3:11 PM IST