ଓଡିଶା

odisha

ETV Bharat / state

ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ସ୍ନାନଯାତ୍ରା; 108 ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ - ଶ୍ରୀ ଅନନ୍ତ ପୁରୁଷୋତ୍ତମ

ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ସ୍ନାନଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ସ୍ନାନଯାତ୍ରା
ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ସ୍ନାନଯାତ୍ରା

By

Published : Jun 24, 2021, 1:33 PM IST

ଖୋର୍ଦ୍ଧା: ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁଙ୍କ ପୂର୍ଣ୍ଣ ବିଗ୍ରହ । ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ସ୍ନାନଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଛି ।

ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ସ୍ନାନଯାତ୍ରା

୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ପୂର୍ଣ୍ଣବିଗ୍ରହ । ଭୋର ୪ଟାରେ ଦ୍ବାରଫିଟା, ସାଢେ ୪ଟାରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ତଡପଲାଗି ନୀତି ବଢି ୭ଟାରେ ଗୋପାଳ ବଲ୍ଲଭ ଭୋଗ ଲାଗି ହୋଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

୧୦ଟାରେ ପହଣ୍ଡି ଆରମ୍ଭ ହୋଇ ସାଢେ ୧୦ଟାରେ ଚତୁର୍ଦ୍ଧା ବିଗ୍ରହ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀ ବଳଭଦ୍ର,ଦେବୀ ସୁଭଦ୍ରା ପରେ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ବିଜେ କରିଥିଲେ । ଏହା ପରେ ମଣ୍ଡପରେ ଅନ୍ୟ ନୀତି ଆରମ୍ଭ ହୋଇଥିଲା ।

କାରୁଣ୍ୟ କୁଣ୍ଡରୁ ଜଳ ଆସିବା ପରେ ଚତୁର୍ଦ୍ଧା ବିଗ୍ରହ ଅଭିମନ୍ତ୍ରିତ ସୁଭାଷିତ ଜଳରେ ସ୍ନାନ କରିଛନ୍ତି । ବେଶ ଲାଗି ପରେ ମଙ୍ଗଳ ଆଳତୀ ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ ବୋଲି ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟରେ ରଖି ବିନା ଭକ୍ତ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details