ଖୋର୍ଦ୍ଧା:ମାଆଙ୍କ ଆଗମନରେ ମହକି ଉଠିଛି ଗାଁଠୁ ସହର । ଚଳଚଞ୍ଚଳ ହୋଇଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ମାଆଙ୍କର ନବରାତ୍ରୀ ପୂଜା ନିରାଡ଼ମ୍ବର ଭାବେ ପାଳନ ହୋଇଛି ।
ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ କରି ପୂଜା ପାଉଛନ୍ତି । ସେହିପରି ମା ଭଗବତୀଙ୍କ ପୀଠରେ ନବଦୀନାତ୍ମକ ପୂଜା ପାଳିତ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟରେ ରଖି ବିନା ଭକ୍ତଙ୍କ ଗହଳିରେ ପାଳିତ ହୋଇଛି ପୂଜା । ଦଶହରାର ଷଷ୍ଠୀ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ।