ଓଡିଶା

odisha

Gobinda Sahu Death Case: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ

By

Published : Dec 22, 2022, 6:42 PM IST

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା (Gobinda Sahu Death Case) ର ସଠିକ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କଂଗ୍ରେସ। ଅଧିକ ପଢନ୍ତୁ

Gobinda Sahu Death Case: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ
Gobinda Sahu Death Case: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ

Gobinda Sahu Death Case: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା(Gobinda Sahu Death Case)ର ସଠିକ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କଂଗ୍ରେସ । ଆଜି(ଗୁରୁବାର) କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ଦେଇଛନ୍ତି । ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହିଁ । ତାଙ୍କ ପରିବାର ମଧ୍ୟ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେଣୁ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବିପତ୍ରରେ ଦଳ ଦାବି କରିଛି ।

ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ‘‘ଦଳ ଅଭିଯୋଗ କରିଥିଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମମିତା ମେହେର ହତ୍ୟା ଘଟଣା ସହ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ଠିକ ତଦନ୍ତ ହୋଇନାହିଁ। ’’ଦଳର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରଷା ନାହିଁ । ସିବିଆଇ କିମ୍ବା ଏସଆଇଟି ଦ୍ବାରା ତଦନ୍ତ କରାଇବାକୁ ଦଳ ଦାବି କରିଛି । ବିଧାୟକ ସାଲୁଜା ଅଭିଯୋଗ କରିଛନ୍ତି ରାଜ୍ୟରେ ବିଧାୟକ, ମନ୍ତ୍ରୀ ସଚିବ ସେକ୍ସ ସ୍କାଣ୍ଡାଲରେ ବୁଡି ରହିଛନ୍ତି । ଏଭଳି ଅଭିଯୋଗ ନେଇ କଂଗ୍ରେସର 5 ଜଣଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details