ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ଆଜି ଏହି ପ୍ରସଙ୍ଗକୁପ ନେଇ ବିଧାନସଭାରେ ମୁଲତବୀ ନୋଟିସ ଆଣି ରାଜ୍ୟ ସରକାରଙ୍କ ଜବାବ ମାଗିଥିଲା କଂଗ୍ରେସ ।
କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଆଣିଥିବା ମୁଲତବୀ ନୋଟିସର ଶୀର୍ଷକ ଥିଲା ‘‘ମମିତା ମେହେର ହତ୍ୟା ମାମଲାରେ ‘ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟ ଜଣକ ମୃତ୍ୟୁ ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ।’’ ବିଧାନସଭା ଶୁନ୍ୟକାଳରେ ମୁଲତବୀ ନୋଟିସ ଆଣି ବର୍ଷିଥିଲେ ବିରୋଧୀ । ଆଲୋଚନାରେ ଭାଗ ନେଇ କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ‘‘ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିନ୍ଧେକାଲା ପୋଲିସ ଗୋବିନ୍ଦ ସାହୁ ଓ ରାଧେଶ୍ୟାମକୁ ଗିରଫ କରିଥିଲା । ତାଙ୍କ ବିରୋଧରେ 302, 201 ଓ 120B ଷଡଯନ୍ତ୍ର ଭଳି ଦଫା ଲାଗିଥିଲା । ହେଲେ ପୋଲିସ 120B ଦିଗ ଉପରେ ପୋଲିସ କୌଣସି ତଦନ୍ତ କଲା ନାହିଁ । ଗୋବିନ୍ଦ ସାହୁକୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କଲେ । ଏପରିକି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ କେ. ଗାଁ ଥାନାରେ ତାଙ୍କ ସ୍ବାମୀଙ୍କ ହତ୍ୟା ହୋଇଥିବା ଅଭିଯୋଗ କରି ଏତଲା ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲେ କଣ୍ଟାବାଞ୍ଜି ସବଜେଲରେ 16 ଟି ସିସିଟିଭି କ୍ୟାମେରା ଲାଗିଛି । ଜଣେ ବିଚାରଧୀନ କଏଦୀ ଯାଉଛି । ଏକ ଓଜନିଆ କାଠ ଗଣ୍ଡି ଏକାକୀ ଉଠାଇ 6 ଫୁଟ ଉପରେ ଆତ୍ମହତ୍ୟା କରୁଛି । କିନ୍ତୁ କୌଣସି ଦୃଶ୍ୟ ସିସିଟିଭିରେ ଆସିଲା ନାହିଁ । ଯାହା ବିଶ୍ବାସଯୋଗ୍ୟ ନୁହେଁ । କ୍ରାଇମବ୍ରାଞ୍ଚ 24 ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକଥା । ହେଲେ ଆଜି ପର୍ଯ୍ୟନ୍ତ ଦେଇପାରିଲା ନାହିଁ । ଏହାକୁ ନେଇ ଆଜି ବିରୋଧୀ ଦଳ ପକ୍ଷରୁ ରୁଲ-58 ରେ ମୁଲତବୀ ନୋଟିସ ଦିଆଯାଇଥିଲା ।
ଏହାବି ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା
ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ଷଡ଼ଯନ୍ତ୍ର। ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। କିନ୍ତୁ ତଦନ୍ତରେ ସେମିତି କିଛି ଦିଗ ପ୍ରତି ଧ୍ୟାନ ଦିଆଗଲାନାହିଁ । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଗୋବିନ୍ଦ ସାହୁ ହତ୍ୟା ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଦଳ କହିଛି ଗତ 9 ବର୍ଷ ମଧ୍ୟରେ 189 କେଶ ରେ ମାତ୍ର 62 କେଶରେ ଚାର୍ଜସିଟ ଦେଇଛି କ୍ରାଇମବ୍ରାଞ୍ଚ।