ଓଡିଶା

odisha

ETV Bharat / state

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ, ଚାଲିଛି ଜିଓଟେକ୍ନିକାଲ ସର୍ଭେ - ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ସର୍ଭେ ଆରମ୍ଭ

ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ଲାଗି ସର୍ଭେ ଆରମ୍ଭ ହୋଇଛି । କଟକ ତ୍ରିଶୁଳିଆରୁ ନନ୍ଦନକାନକ ମଧ୍ୟରେ ଜିଓଟେକ୍ନିକାଲ ଇନଭେଷ୍ଟିଗେସନ ଚାଲିଛି । ଅଧିକ ପଢନ୍ତୁ

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ
metro rail project work begins

By

Published : Jul 11, 2023, 11:57 AM IST

Updated : Jul 11, 2023, 12:37 PM IST

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ

ଭୁବନେଶ୍ୱର: ସତ ହେବାକୁ ଯାଉଛି ଟ୍ବିନ୍‌ ସିଟିରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ଲାଗି ସର୍ଭେ ଆରମ୍ଭ ହୋଇଛି । କଟକ ତ୍ରିଶୁଳିଆରୁ ନନ୍ଦନକାନକ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ମାଟିର ନମୁନା ସଂଗ୍ରହ କାର୍ଯ୍ୟ ଚାଲିଛି । ପ୍ରାରମ୍ଭିକ ଭାବେ 4 କିଲୋମିଟର ରାସ୍ତାର ମାଟି ନମୂନା ସଂଗ୍ରହ ଚାଲିଛି । ଡିପିଆର ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ପ୍ରାରମ୍ଭିକ ସର୍ଭେ ଆରମ୍ଭ ହୋଇଛି ।

ଡିପିଆର ପ୍ରସ୍ତୁତକାରୀ ଟିମ୍‌ ଭୁବନେଶ୍ବରରେ ପହଞ୍ଚି ତ୍ରିଶୁଳିଆରୁ ନନ୍ଦନକାନକ ଯାଏଁ 4ଟି ସ୍ଥାନରେ ଜିଓଟେକ୍ନିକାଲ ସର୍ଭେ ଆରମ୍ଭ କରିଛନ୍ତି । ପ୍ରତି 1.5 ମିଟର ବ୍ୟବଧାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ 4 କିମି ଯାଏ ମାଟି ନମୁନା ସଂଗ୍ରହ ଚାଲିଛି । ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ମାଟିର ଯାଞ୍ଚ କରାଯାଉଛି। ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି । ୩୦ଫୁଟ ତଳୁ ମାଟି ଖୋଳା ଯାଇ ନମୁନା ସଂଗ୍ରହ କରାଯାଉଛି । ଏହାଛଡ଼ା ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ କରିବ । ତ୍ରିଶୁଳିଆରୁ-ରାଜଭବନ ଛକ ଭିତରେ ୨୪ଟି ସ୍ଥାନରେ ଏମିତି ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ।

ରାଜସ୍ଥାନରୁ ଏହି ଟିମ୍ ସ୍ବତନ୍ତ୍ର ଆସିଛନ୍ତି । ଅତ୍ୟାଧୁନିକ ମେସିନ ଜରିଆରେ ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୮୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି । ମେଟ୍ରୋ ପ୍ରକଳ୍ପର ଖୁଣ୍ଟି ଧରି ରଖିବାରେ ଏହି ମାଟି କେତେ ସମର୍ଥ ହେବ, ତାହା ପରୀକ୍ଷା ହେବ । ସେଥିପାଇଁ ମାଟି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଯାଉଛି ବୋଲି ଜଣେ କର୍ମଚାରୀ କହିଛନ୍ତି ।

ଏହା ବି ପଢନ୍ତୁ...Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

ସୂଚନା ଅନୁଯାୟୀ, ଖୁବଶୀଘ୍ର ଓଡ଼ିଶାରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ । କଟକ-ଭୁବନେଶ୍ବର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ବର୍ତ୍ତମାନ ପ୍ରକଳ୍ପ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବଶୀଘ୍ର ମାଟିର ନମୁନା ପରୀକ୍ଷା ପରେ କାମ ଆଗକୁ ବଢିବ ।

ମେଟ୍ରୋ ଚାଲିବା ଫଳରେ ତେବେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଭିଡ କମିବ । ଦିଲ୍ଲୀ ହାଇଦ୍ରାବାଦ ଭଳି ମଟ୍ରୋ ସୁବିଧା ପାଇଁ ସ୍ବପ୍ନ ଦେଖି ଆସୁଛନ୍ତି ରାଜ୍ୟବାସୀ । ଏହାରି ଭିତରେ ଆଉ ପାଦେ ଆଗେଇଛି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ । ଖୁବଶୀଘ୍ର ଟ୍ବିନ୍‌ ସିଟିରେ ମେଟ୍ରା ଗଡ଼ିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2023, 12:37 PM IST

ABOUT THE AUTHOR

...view details