ଭୁବନେଶ୍ବର:ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଶିକ୍ଷକ ହଟହଟା ହୋଇଥିବାବେଳେ ଏହି ମାମଲା ଥାନାରେ ପହଞ୍ଚିଥିଲା । ଛାତ୍ରୀଙ୍କ ଘର ଲୋକ ଶିକ୍ଷକଙ୍କ ବିରୋଧରେ ଭରତପୁର ଥାନାରେ ଏତଲା ଦେଇଥିବାବେଳେ ଶିକ୍ଷକଙ୍କୁ ଅଟକ ରଖିଥିଲା ପୋଲିସ । ଏନେଇ ପୋଲିସ ପକ୍ଷରୁ ଶିକ୍ଷକଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ପାଇବା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରିଛି ପୋଲିସ ।
ଶିକ୍ଷକ ଜଣକ ହେଉଛନ୍ତି ଭରତପୁର ସରସ୍ଵତୀ ଶିଶୁ ମନ୍ଦିରର କାଳୁ ଚରଣ ବଡ଼ ଜେନା । ସୂଚନା ଅନୁସାରେ, ଶିକ୍ଷକ ଜଣକ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦେଇଥିଲେ। ଆଉ ପ୍ରଶ୍ନପତ୍ର ଦେବା ପରେ ବିବାହ କରିବା କଥା କହିଥିଲେ । ପରେ ଛାତ୍ରୀଙ୍କୁ ସ୍କୁଲ ପରିସରରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଫୋନ କଲ୍ ଓ ଚାଟ୍ରେ ସମ୍ପର୍କର ରଖିବା ପାଇଁ ମଧ୍ୟ କହିଥିଲେ । ପରେ ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ସ୍କୁଲକୁ ଆସିଥିଲେ ଛାତ୍ରୀଙ୍କ ଅଭିଭାବକ । ଏହି ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଓ ସେକ୍ରେଟାରୀ ନବଘନ ବାରିକ ସ୍କୁଲକୁ ଡାକିଥିଲେ ସେହି ଛାତ୍ରୀଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କମ୍ପ୍ରମାଇଜ କରିବା ବଦଳରେ ଆକ୍ରମଣ କରିବାରୁ ଛାତ୍ରୀ ଓ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।
ତେବେ ଏନେଇ ଛାତ୍ରୀଙ୍କ ବାପା କହିଛନ୍ତି, "ଭୂଗୋଳ ଶିକ୍ଷକଙ୍କର ଏଭଳି ଆଚରଣ ବିଦ୍ୟାଳୟ ପରିସରକୁ କଳଙ୍କିତ କରୁଛି। ଶିକ୍ଷକଙ୍କୁ ବଞ୍ଚାଇବାର ପ୍ରୟାସ ଦ୍ବାରା ବିଦ୍ୟାଳୟ ପରିଚାଳନା କମିଟି ବି ଅପରାଧ କରିଛନ୍ତି । କାରଣ ବିଦ୍ୟାଳୟରେ ହିଁ ଶିକ୍ଷକଙ୍କ ରସିକପଣିଆ ଓ କରିଥିବା ଅଶାଳୀନ ବ୍ୟବହାରକୁ ଚାପି ଦେଇଥିଲା ପରିଚାଳନା କମିଟି ।" ଏହାକୁ ବିରୋଧ କରିବାରୁ ହିଁ ପରିଚାଳନା କମିଟି ସଦସ୍ୟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।
ଏହା ମଧ୍ୟ ଦେଖନ୍ତୁ...Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ