ଓଡିଶା

odisha

ETV Bharat / state

ଗ୍ୟାସ ଟାଙ୍କି ଫାଟି ୨ ଆହତ

ଖୋର୍ଦ୍ଧାରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଆହତ ହୋଇଥିବା ବେଳେ ଟିଭି, ଫ୍ୟାନ,  ବହି, ଲୁଗା, ରାସନ୍ କାର୍ଡ଼, ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୪୨ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।

By

Published : Jul 10, 2019, 9:39 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଗ୍ୟାସ ଟାଙ୍କି ଫାଟି ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ବୁଧବାର ଚିଲିକା ବ୍ଲକ ସାନ ନଇରିରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଆହତ ହୋଇଥିବା ବେଳେ ଟିଭି, ଫ୍ୟାନ, ବହି, ଲୁଗା, ରାସନ୍ କାର୍ଡ଼, ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୪୨ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ସୁକାନ୍ତ ସାହୁଙ୍କ ମା’ ଘରେ ରୋଷେଇ କରୁଥିବା ବେଳେ କୈଣସି କାରଣରୁ ଅଚାନକ ଗ୍ୟାସ ଲିକ୍ ହୋଇଥିଲା । ଦେଖୁଦେଖୁ ଗ୍ୟାସ ଟାଙ୍କି ଫାଠି ଆଜବେଷ୍ଟ ଘରର ଛାତ ଉଡାଇ ଦେଇଥିଲା । ସ୍ଥାନୀୟ ଲୋକେ ଖବର ପାଇ ଗଙ୍ଗାଧରପୁର ଦମକଳ ବାହିନୀକୁ ଖବର ଦେଇଥିଲେ ।

ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏପଟେ ଅଗ୍ନିବିପନ୍ନ ପରିବାରକୁ ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

ABOUT THE AUTHOR

...view details