ଖୋର୍ଦ୍ଧା: ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଖରା ସହ ଅସହ୍ୟ ଗୁଳିଗୁଳିକୁ ନେଇ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ଆଉ ଏବେ ଏହାରି ଭିତରେ ଦାଉ ସାଜିଛି ଡ଼ମ୍ପିଙ୍ଗୟାର୍ଡ଼ । ଅଳିଆ ଗଦାରେ ନିଆଁ ଲାଗିବା କାରଣରୁ ପ୍ରବଳ ଧୂଆଁ ଓ ଗରମରେ ଖୋର୍ଦ୍ଧା ସହରର ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ।
ପ୍ରବଳ ଖରା ସାଙ୍ଗକୁ ହୁତୁ ହୁତୁ ହୋଇ ଜଳୁଛି ଡ଼ମ୍ପିଙ୍ଗୟାର୍ଡ଼ । ଯେଉଁଥିପାଇଁ ତାତି ଆହୁରି ଦୁଇ ଗୁଣ ହୋଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ମାତ୍ର 500 ମିଟର ଏବଂ ଏସପିଙ୍କ କାର୍ଯ୍ୟାଳୟ ପାଖରେ ଥିବା ଅଳିଆ ଆବର୍ଜନାକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି ।