ଖୋର୍ଦ୍ଧା :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଗଞ୍ଜେଇ କାରବାର ନେଇ ଖବର ପାଇଥିଲେ ।
ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ - ଗଞ୍ଜେଇ ଜବତ
ଟାଙ୍ଗୀ ଅବକାରୀ ବିଭାଗର ଚଢାଉ । ଦୁଇ କେଜିରୁ ଅଧିକ ଗଞ୍ଜେଇ ଜବତ । ଜଣେ ମହିଳା ଗିରଫ । ଅଧିକ ପଢନ୍ତୁ...
ଗଞ୍ଜେଇ ଜବତ,ଜଣେ ମହିଳା ଗିରଫ
ଗଞ୍ଜେଇ ଜବତ,ଜଣେ ମହିଳା ଗିରଫ
ପରେ ଟାଙ୍ଗୀ ବ୍ଲକ ଅଧିନସ୍ତ ଝରିଆ ଗାଁର ନୂଆସାହି ଠାରେ ସଦଳ ବଳେ ଚଢ଼ାଉ କରିଥିଲେ। ସେହି ଚଢ଼ାଉରେ ଜଣେ ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ କରାଯାଇଥିଲା । ଏହାସହ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ