ଓଡିଶା

odisha

ETV Bharat / state

ଆସୁଛନ୍ତି ଅଗ୍ରପୂଜ୍ୟ ଗଜାନନ; ରାଜଧାନୀରେ 55 ଫୁଟର ପ୍ରିତିମୂର୍ତ୍ତି ସହ ରୂପା ପାଦ ସାଜିବ ଆକର୍ଷଣ - ୫୧ ଓ ୫୫ ଫୁଟର ଗଣେଶ ପ୍ରିତିମୂର୍ତ୍ତି

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଗଜାନନଙ୍କ ଧରାବତରଣ ପାଇଁ ବିଭିନ୍ନ କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୫୧ ଓ ୫୫ ଫୁଟର ଗଣେଶ ସହ ୧୦ କେଜି ରୂପାର ପାଦ ସାଜିବ ମୁଖ୍ୟ ଆକର୍ଷଣ । ଅଧିକ ପଢନ୍ତୁ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

By ETV Bharat Odisha Team

Published : Sep 9, 2023, 8:53 PM IST

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆସିଛି ପାର୍ବଣର ଋତୁ । ପାର୍ବଣର ପସରାରେ ପୂଜାର ସମ୍ଭାରକୁ ନେଇ ପ୍ରଥମେ ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ। ତେଣୁ ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ । କାହାର ହେବ ସବୁଠାରୁ ବଡ ଗଣେଶ ଓ କାହାର ହେବ ସବୁଠାରୁ ଭଲ ସାଜସଜ୍ଜା ସେନେଇ ଚାଲିଛି ପ୍ରତିଯୋଗିତା । ଏହାରି ମଧ୍ୟରେ ଏଥର ନୟାପଲ୍ଲୀ ନୂଆସହିରେ ପ୍ରସ୍ତୁତ ହୋଇଛି ୫୧ ଫୁଟର ଗଣେଶ ଓ ବଡଗଡରେ ୫୫ ଫୁଟର ପ୍ରତିମୂର୍ତ୍ତି । ଯାହା ଏଥର ରାଜଧାନୀ ଗଣେଶ ପୂଜାର ସବୁଠାରୁ ବଡ ଗଣେଶ ।



ଆଖଣ୍ଡଳମଣି ସେବା ସଦନ ସଦସ୍ୟା ଶୁଭେନ୍ଦୁ ନାୟକ କହିଛନ୍ତି, ‘‘ପୂଜା ମଣ୍ଡପରେ ଏଥରର ଆକର୍ଷଣ ସାଜିବ ବାଲ ଗଣେଶ । ଏଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଇକୋ ଫ୍ରେଣ୍ଡଲି ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ୫୧ ଫୁଟର ମୂର୍ତ୍ତି ହୋଇଥିବା ବେଳେ ୯ ଫୁଟର ମୁକୁଟ ଏଥରର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ । ୧୦ ଦିନ ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସିସିଟିଭି କ୍ୟାମେରା ସହ ୨୦୦ ସ୍ୱଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ।’’

ବ୍ରାଇଟ ଷ୍ଟାର ପୂଜା ମଣ୍ଡପ ସଦସ୍ୟ ସୌମ୍ୟ ରଞ୍ଜନ ସେଠି କହିଛନ୍ତି, ‘‘ପୂଜା ମଣ୍ଡପରେ ୫୫ ଫୁଟର ସବୁଠାରୁ ବଡ ଗଣେଶଙ୍କ ମୂର୍ତ୍ତି ତିଆରି ଚାଲିଛି । ପୂଜା ପାଇଁ ୩୦ ଲକ୍ଷର ବ୍ୟୟ ଅଟକଳ ହୋଇଥିବା ବେଳେ ମୁମ୍ବାଇ ଲାଲବାଗର ଗଣେଶ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ଓଡିଶାର ପ୍ରଥମଥର ପାଇଁ ଗଣେଶ ମୂର୍ତ୍ତିରେ ୧୦ କେଜି ଓଜନର ରୂପାର ପାଦ ଲଗାଯିବ । ଯାହା ମୁଖ୍ୟ ଆକର୍ଷଣ ସାଜିବ। ୬ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନ ମୋହିବେ ଓଡ଼ିଶାର ଜନଶୁଣା କଳାକାର ତଥା କଣ୍ଠଶିଳ୍ପୀ ।’’



ଏହା ମଧ୍ୟ ପଢନ୍ତୁ...ପ୍ରକୃତି ସ୍ବରୂପିଣୀ ଯୋଗମାୟାଙ୍କ ଧରାବତାରଣ ପାଇଁ ଉଠିଲା ମାଟି, ଗଢା ହେବ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି

ଅନ୍ୟପଟେ ଚଳିତ ବର୍ଷ ପୂଜାରେ ଝଳସିବ ପୁରା ସହର । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ନାଇଟ ଓ ମିନା ବଜାର କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ ହେବା । ମେଲୋଡି ନାଇଟ ପାଇଁ ବିଭିନ୍ନ କଳାକାର ମଞ୍ଚ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୂଆ ପୁରୁଣା ଗୀତ ସହ ଟ୍ରେଂଣ୍ଡିଂ ଗୀତର ସମ୍ଭାରକୁ ନେଇ ଅଭ୍ୟାସ କରୁଥିବା ବେଳେ ସବୁବର୍ଗର ଦର୍ଶକଙ୍କୁ ମନମୋହିବେ କଣ୍ଠଶିଳ୍ପୀ । ତେବେ ଗଣେଶଙ୍କ ଆଗମନକୁ ନେଇ ପୂଜା ମଣ୍ଡପଗୁଡ଼ିକ ପ୍ରସ୍ତୁତି ଜୋରଦାର କରିଥିବା ବେଳେ ଶୃଙ୍ଖଳିତ ଓ ସୁରକ୍ଷିତ ପୂଜା ପାଇଁ ପ୍ରସ୍ତୁତି ରହିଛି କମିସନରେଟ ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details