ଓଡିଶା

odisha

ETV Bharat / state

ଗାନ୍ଧୀ ଦର୍ଶନ ଅଜର ଅମର, ଏହାର ମୃତ୍ୟୁ ନାହିଁ: ଜଷ୍ଟିସ ୟୁ ୟୁ ଲଳିତ - ଗାନ୍ଧୀ ଦର୍ଶନ ଅଜର ଅମର

Justice Uday Umesh Lalit on Gandhi Philosophy: ଆଜି ବି ବଞ୍ଚି ରହିଛି ଗାନ୍ଧିବାଦୀ, ଗାନ୍ଧୀ ବିଚାର ଓ ଆଦର୍ଶ । ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ କହିଲେ ଜଷ୍ଟିସ ଉଦୟ ଉମେଶ ଲଳିତ । ଅଧିକ ପଢନ୍ତୁ

Justice Uday Umesh Lalit
Justice Uday Umesh Lalit

By ETV Bharat Odisha Team

Published : Jan 5, 2024, 11:05 AM IST

Updated : Jan 5, 2024, 4:17 PM IST

Justice Uday Umesh Lalit on Gandhi Philosophy

ଭୁବନେଶ୍ବର:ଗାନ୍ଧୀ ଦର୍ଶନ ଅଜର ଅମର । ଏହାର କେବେ ମୃତ୍ୟୁ ନାହିଁ । ସମ୍ବିଧାନର ଅନେକ ପ୍ରସଙ୍ଗ ମଧ୍ୟ ଗାନ୍ଧୀ ଦର୍ଶନ ଉପରେ ଆଧାରିତ । ଏହି ଦୃଷ୍ଟିରୁ ଭାରତ ବର୍ଷରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ଗାନ୍ଧୀ ଦର୍ଶନ ଦ୍ଵାରା ପରିଚାଳିତ ବୋଲି କୁହାଯାଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ।

ଅନ୍ୟପଟେ ଗୁଜୁରାଟ ଗାନ୍ଧୀ ବିଦ୍ୟାପୀଠର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ସୁଦର୍ଶନ ଆୟଙ୍ଗର କହିଛନ୍ତି ଯେ, ବିଭିନ୍ନ ବିରୋଧାଭାସ ସତ୍ତ୍ୱେ ଗାନ୍ଧୀଙ୍କ ବିଚାରଧାରା ସହିତ ଏବେ ବି ଏ ଦେଶର ଯୁବପିଢି ସମ୍ପୃକ୍ତ ଅଛନ୍ତି । ଏହା ଏକ ପ୍ରକାର ଆଶ୍ବାସନା ଅଟେ । ଏହା ସହିତ ଗାନ୍ଧିଜୀ ଗୁରୁତ୍ବ ଦେଉଥିବା ତିନି କଥା ରଚନାତ୍ମକ କାର୍ଯ୍ୟ, ସତ୍ୟାଗ୍ରହ ଏବଂ ଆତ୍ମ ଅନୁଶାସନ ଉପରେ ସମସ୍ତେ ଚିନ୍ତା କରିବା ଉଚିତ । ତତ୍କାଳୀନ ଓଡ଼ିଶାର ସାମାଜିକ ସ୍ଥିତି ଓ ଦୁର୍ଦ୍ଦଶା ସମ୍ପର୍କରେ ଗାନ୍ଧିଜୀଙ୍କ ଚିନ୍ତନ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାୟାହ୍ନର ସ୍ମୃତିର ଇଂରାଜୀ ଅନୁବାଦ ଉନ୍ମୋଚିତ

ଅନ୍ୟପଟେ ବିଶିଷ୍ଟ ସାହିତ୍ୟିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ଯତୀନ ନାୟକ ତାଙ୍କ ଅଭିଭାଷଣରେ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ମହାତ୍ମାଗାନ୍ଧୀଙ୍କ ବିଭିନ୍ନ କାର୍ଯ୍ୟଧାରା କିଭଳି ରାଜକିଶୋରଙ୍କ ଆଚରଣ ଓ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଥିଲା ସେ ସମ୍ପର୍କରେ ଦର୍ଶାଇଛନ୍ତି । ରାଜକିଶୋର ନାୟକଙ୍କ ପୁଅ ରାଜ୍ୟ ଉଚ୍ଚଶିକ୍ଷା, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ପିତାଙ୍କ ସ୍ମୃତିଚାରଣ କରିବା ସହିତ ଅତିଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହା ମଧ୍ୟ ପଢନ୍ତୁ: ନଥିପତ୍ରକୁ ନା, ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟ ହେଲା ପେପର ଲେସ୍‌
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ବିକାଶର ବିଶ୍ବକର୍ମା ଥିଲେ ଜାନକୀ ବାବୁ: ସୁର


ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ କଥା କଥାରେ ଗାନ୍ଧୀ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । ଫାଉଣ୍ଡେସନର ସଭାପତି ବିଶିଷ୍ଟ ସାହିତ୍ୟିକ ଓ ଗାନ୍ଧିବାଦୀ ସମାଜସେବୀ ପ୍ରହ୍ଲାଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଫାଉଣ୍ଡେସନ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ ମଧ୍ୟ ମଞ୍ଚାସୀନ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2024, 4:17 PM IST

ABOUT THE AUTHOR

...view details