ଭୁବନେଶ୍ବର : ଭୁବନେଶ୍ବର ନୟାପଲ୍ଲୀର ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ରାସ୍ତାରେ ଜନ୍ମଦିନ ପାଳନ କରିବାସହ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍ । ସର୍ବସାଧରଣରେ ଆତଙ୍କ ମଚାଇ ବନ୍ଧା ହେଲେ ୫ଜଣ । ଏମାନଙ୍କ ମଧ୍ୟରୁ ୪ଜଣ ସାବାଳକ ରହିଥିବା ବେଳେ ଜଣେ ନାବାଳକ ରହିଛି । ଏହି ସମସ୍ତ ଅସାମାଜିକ ଯୁବକ ଗତ ୨୪ତାରିଖରେ ନୟାପଲ୍ଲୀ ରାସ୍ତା ଉପରେ ବାର୍ଥ ଡେ ସେଲିବ୍ରେସନ କରୁଥିଲେ ।
ଦୁଇ ହାତ ଲମ୍ବର ଖଣ୍ଡାରେ ବାର୍ଥ ଡେ କେକ୍ କାଟି ଆତଙ୍କ ମଚାଇଥିଲେ । ଏପରିକି ୫ଜଣ ଯୁବକ ବାର୍ଥ ଡେ ସେଲିବ୍ରେସନ ବେଳେ ଅଶ୍ଳୀଳ ଭାଷା ସହ ଆତଙ୍କ ରଚିଥିଲେ । ଏନେଇ ନୟାପଲ୍ଲୀର ବେହେରା ବସ୍ତି ଓ କନ୍ଧବସ୍ତିରେ ଆତଙ୍କର ମାହୋଲ ଖେଳିଥିଲା । ଯାହାକୁ ବିରୋଧ କରିଥିଲେ ବେହେରା ବସ୍ତି ଯୁବକ । ସେହି ସମୟରେ ବାର୍ଥ ଡେ ସେଲିବ୍ରେସନ ସମୟର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଯୁବକମାନେ ଖଣ୍ଡାରେ କେକ କାଟୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପରିବେଷଣ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଏହାମଧ୍ୟ ପଢ଼ନ୍ତୁ. ରାଜଧାନୀରେ ଗଲି ବଏ, ପୋଲିସ ପାଇଁ ବଢୁଛି ଟେନସନ !
ଏ ସମ୍ପର୍କରେ ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି ''ଗତ ୨୪ ତାରିଖ ସନ୍ଧ୍ୟା ୭.୩୦ ମି.ରେ ନୟାପଲ୍ଲୀ ଏନ୍-୩ ବସ୍ତିରେ ଥିବା କିଛି ଯୁବକ ତାଙ୍କର ଜନ୍ମଦିନ ପାଳନ କରୁଥିଲେ । ସେଥିରେ ଯାହାର ଜନ୍ମଦିନ ଥିଲା ପଙ୍କଜ ରଣା କିଛି ସ୍ଥାନୀୟ ଯୁବକଙ୍କୁ ନେଇ କେକ କଟିଙ୍ଗର ଆସ୍ଥାନ ଜମାଇଥିଲେ । ତେବେ କେକଟିକୁ ଗୋଟେ ଖଣ୍ଡା ସାହାଯ୍ୟରେ କାଟିଥିଲେ ।