ଓଡିଶା

odisha

By

Published : Apr 22, 2023, 10:08 PM IST

ETV Bharat / state

କାଲିଠୁ ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ । ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

G20 summit in bhubaneswar
ଭୁବନେଶ୍ୱରରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ଵରରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଆସନ୍ତା ୨୭ରୁ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆସନ୍ତାକାଲି ପ୍ରାକ ବୈଠକ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଅବସରରେ ଆୟୋଜିତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ଅଟୋମେସନ ଉପରେ ଆଲୋଚନା ହେବ । ଦକ୍ଷତା ବିକାଶ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।

ଆସନ୍ତା ୨୭-୨୮ରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏପ୍ରିଲ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ବିଷୟ ବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି “ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭାରତର ଅନ୍ତଃରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାର ବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ । ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ଗୁରୁତ୍ଵ ଦିଆଯିବ । ଏହାକୁ ସବୁଠି ପହଞ୍ଚାଇବା ପାଇଁ ଯୋଜନା କରାଯିବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ:G20 Education Working Group meeting: ଏପ୍ରିଲ 27 ରୁ 29 ଭୁବନେଶ୍ବରରେ ତୃତୀୟ ବୈଠକ

ବିଶ୍ୱରେ ଦ୍ରୁତ ଗତିରେ ଟେକ୍ନୋଲୋଜି ପରିବର୍ତ୍ତନ ହେଉଛି । ଅଟୋମେସନ ଓ ଡିଜିଟାଲ ଟେକ୍ନୋଲୋଜିକୁ ନେଇ ଭାରତ ଆଗକୁ ବଢୁଛି । ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି । ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ । ପ୍ରଗତିଶୀଳ ସବୁ ସମ୍ଭାବନାକୁ ସାକାରର ରୂପ ଦେଇପାରିବେ । ଏଥିପାଇଁ ଭାରତ ଜି-୨୦ ପ୍ରେସେଡିନ୍ସି ପ୍ରତିବଦ୍ଧ ହେବ । ଆସନ୍ତାକାଲି ଅନୁଷ୍ଠିତ ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ କ୍ଷେତ୍ରର ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରକାଶ ଥାଉକି, ଜି-୨୦ ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ଅନେକ ବୁଦ୍ଧିଜୀବୀ ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି । ଏହା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ତଥା ରାଜ୍ୟରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ ହେଉଛି ଜି-୨୦ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details