ଭୁବନେଶ୍ବର: ଏପ୍ରିଲ 1 ତାରିଖରୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ । ଶିକ୍ଷା ଓ ଗବେଷଣକୁ ନେଇ ହେବ ଆଲୋଚନା । ଆସନ୍ତା ୨୩ ତାରିଖରେ G 20 ଦେଶ ମାନଙ୍କ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବେ ୨୦ ଦେଶର ପ୍ରତିନିଧି । ଭାରତରେ ହେବାକୁ ଥିବା G-20 ସମ୍ମିଳନୀ ପୂର୍ବରୁ ଦେଶବ୍ୟାପୀ ଏପ୍ରିଲ 1ରୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଯାଉଛି । ଯେଉଁଥିରେ ରାଜ୍ୟର ସମସ୍ତ ସ୍କୁଲ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବ । ଏହାସହ G 20 ସମ୍ମିଳନୀ ଆୟୋଜନ ସୁଯୋଗ କିଭଳି ଭାରତକୁ ମିଳିଛି ତାହାକୁ ନେଇ ସଚେତନତା ସୃଷ୍ଟି କରାଯିବ।
ଏହା ମଧ୍ୟ ପଢନ୍ତୁ-Planets Alignment: ଚମକିବି ଆଜି ରାତିର ଆକାଶ, ଏକାଠି ହେବେ ସୌରଜଗତର 5 ଗ୍ରହ
ଆସନ୍ତା ମାସ ୨୩ ତାରିଖରୁ ୨୯ ତାରିଖ ମଧ୍ୟରେ ଆନ୍ତର୍ଜାତିକ ବିଦେଶ ପ୍ରତିନିଧି ଭୁବନେଶ୍ୱରରେ ପହଞ୍ଚିବେ । ଏହାସହ ଅନୁଷ୍ଠିତ ହେବ G 20 ସମ୍ମିଳନୀ। ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ପାଇଁ ମିଳିଛି ଏକ ବଡ଼ ସୁଯୋଗ । ଗତକାଲି କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନେ ରାଜ୍ୟ ସରକାରଙ୍କୁ ଭେଟି ସମସ୍ତ ପ୍ରକାରର ଆଲୋଚନା କରିଛନ୍ତି । ତେବେ ଏନେଇ ଆଜି ଭୁବନେଶ୍ଵରରେ ଆଇଏମଏମଟିରେ ବୈଠକ ସୂଚନା ନେଇ ଆୟୋଜିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ ।