ଓଡିଶା

odisha

ETV Bharat / state

ଗୋଟିଏ ପ୍ଲାଟଫର୍ମକୁ ଆସିବେ ଦେଶର ସବୁ ବୋର୍ଡ, ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ - ଜି 20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ

ଦେଶରେ CBSE, ICSEକୁ ମିଶାଇ ୬୨ଟି ବୋର୍ଡ ରହିଥିବା ବେଳେ ଏହି ସବୁ ବୋର୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଅଣାଯିବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ । ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ
ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ

By

Published : Apr 28, 2023, 10:40 PM IST

ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ

ଭୁବନେଶ୍ବର: ଦେଶରେ CBSE, ICSEକୁ ମିଶାଇ ୬୨ଟି ବୋର୍ଡ ରହିଛି । ତେବେ ଦେଶର ଏହି ସବୁ ବୋର୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଅଣାଯିବ । ଏଥିପାଇଁ ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ାଯିବ । ସ୍କୁଲସ୍ତରରୁ ପିଲାଙ୍କ ଦକ୍ଷତା ବୃଦ୍ଧିପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ସବୁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦକ୍ଷତା ବିକାଶର ପାଠ ପଢାଯିବ । ଏନେଇ ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକରେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।

ଜି-20 ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ ଶେଷ । ବୈଠକରେ ୨୦ଟି ଦେଶର ପ୍ରତିନିଧି ଏବଂ ୨୭ଟି ନିମନ୍ତ୍ରିତ ଦେଶର ସମୁଦାୟ ୬୩ ଜଣ ପ୍ରତିନିଧି ଭାଗ ନେଇଥିଲେ । ବୈଠକରେ ହୋଇଥିବା ଆଲୋଚନାରେ ହୋଇଥିବା ନିଷ୍ପତ୍ତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଭବିଷ୍ୟତରେ FUTURE OF WORK କିଭଳି ହେବା ଦରକାର, ସେନେଇ G20 ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସିଙ୍ଗାପୁରରେ ଯେଭଳି ଭାବେ ଦକ୍ଷତା ବିକାଶର ଶିକ୍ଷା ପଦ୍ଧତିକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି, ସମାନ ଢଙ୍ଗରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁସାରେ ଦେଶର ପ୍ରତି ସ୍କୁଲରେ ଦକ୍ଷତା ବିକାଶ ଶିକ୍ଷା ପଦ୍ଧତିକୁ ପାଠ୍ୟକ୍ରମରେ ସାମିଲ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏହାକୁ ଷଷ୍ଠ ଶ୍ରଣୀ ପାଠ୍ୟକ୍ରମରୁ ହିଁ ସାମିଲ କରାଯିବ । ୨୦୩୦ ସୁଦ୍ଧା ଦେଶର ୫୦ ପ୍ରତିଶତ ବିଦ୍ୟାଳୟର ଛାତ୍ରଛାତ୍ରୀ ଦକ୍ଷତା ବିକାଶ ଶିକ୍ଷା ପଦ୍ଧତିରେ ତାଲିମ ପାଇବେ । ଏନେଇ G20 ସମ୍ମିଳନୀରେ ଆମନ୍ତ୍ରିତ FUTURE OF WORKକୁ ନେଇ ଯେଉଁ ଆଲୋଚନା ହୋଇଛି, ସେନେଇ ସମସ୍ତେ ଏକମତ ପ୍ରକାଶ କରିଛନ୍ତି । ଦକ୍ଷତା ବିକାଶ ଶିକ୍ଷାକୁ ବିଦ୍ୟାଳୟସ୍ତରରୁ ଦେଲେ ହିଁ FUTURE OF WORKର ଲକ୍ଷ୍ୟ ପୂରଣ ହେବ ବୋଲି ସମସ୍ତେ ମତ ରଖିଛନ୍ତି ।

ଅନ୍ୟପଟେ ଜାତୀୟ ଶିକ୍ଷା ନୀତିରେ ଗୋଟିଏ ପ୍ଲାଟଫର୍ମକୁ ଆସିବ ଦେଶର ୬୨ଟି ବୋର୍ଡ । ଦେଶରେ ସିବିଏସଇ ଓ ଆଇସିଏସଇର ମୋଟ ୬୨ଟି ବୋର୍ଡ ରହିଛି । ସବୁ ବୋର୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଅଣାଯିବ । ଏନେଇ ସବୁ ରାଜ୍ୟ ବୋର୍ଡଠାରୁ ପରାମର୍ଶ ଲୋଡାଯିବ ଏବଂ କମନ ଆସେସ୍‌ମେଣ୍ଟ୍‌ ପ୍ରକ୍ରିୟାରେ ସମାନତା ଅଣାଯିବ । ଜାତୀୟ ଶିକ୍ଷାନୀତି ଅନୁସାରେ ଗୋଟିଏ ବୋର୍ଡ ହେବା ଦରକାର, ଯାହା ସମସ୍ତ ବୋର୍ଡ ସହ ଆଲୋଚନା କରି ଜାତୀୟ ସଫଳତା ସର୍ଭେ କରିପାରିବ । ଯାହାଦ୍ବାରା ସ୍କୁଲର ପାଠପଢାରୁ କଣ ନିଷ୍କର୍ସ ବାହାରୁଛି, ତାହାକୁ ଆକଳନ କରିହେବ । ରାଜ୍ୟର ବୋର୍ଡମାନଙ୍କ ସହିତ ଆଲୋଚନା କରି ଶିକ୍ଷାଦାନ ପଦ୍ଧତିର ଆଦାନ ପ୍ରଦାନ ହୋଇପାରିବ । ଏହା ସହିତ ସମଗ୍ର ଦେଶରେ କମନ ଆସେସମେଣ୍ଟ ପ୍ଲାଟ୍‌ଫର୍ମ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଶିକ୍ଷାନୀତିରେ ପାଠପଢା ପ୍ରତିଯୋଗିତା ମୂଳକ ଏବଂ ସ୍କୁଲ୍‌ଗୁଡ଼ିକରେ ଚାଲୁଥିବା ଘୋଷାପାଠ କମ କରିବା ସହିତ ଏଥିପାଇଁ ମୂଲ୍ୟାୟନ ପ୍ରଣାଳୀ ବଦଳିବାର ମଧ୍ୟ ଆବଶ୍ୟକତା ରହିଛି । ଏହା ହେଲେ ଆଗାମୀ ଶିକ୍ଷାନୀତିରେ ପାଠପଢା ଭାର ପିଲାମାନଙ୍କ ଉପରୁ କମିବ । ଶିକ୍ଷାନୀତି ଯେତେ ଶୀଘ୍ର ଲାଗୁ ହେବ, ପାଠ୍ୟ ପୁସ୍ତକ ମଧ୍ୟ ସେହି ଆଧାରରେ ବିକଶିତ ହେବ । ସେହିଭଳି ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ନୂତନ ପୁସ୍ତକ ଆଣିବାକୁ ଚେଷ୍ଟା ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

G 20 meet

ABOUT THE AUTHOR

...view details