ଓଡିଶା

odisha

ETV Bharat / state

ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ: ପୁରୀରେ ପହଞ୍ଚିଲା ଟ୍ରେନ, ଉତ୍ସାହିତ ଯାତ୍ରୀ

ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ଭୁବନେଶ୍ବର ପରେ ପୁରୀରେ ପହଞ୍ଚିଲା ଟ୍ରେନ। ଅଧିକ ପଢନ୍ତୁ

Trial run of Howrah Puri Vande Bharat Express
Trial run of Howrah Puri Vande Bharat Express

By

Published : Apr 28, 2023, 1:35 PM IST

Trial run of Howrah Puri Vande Bharat Express

ଭୁବନେଶ୍ବର/କଟକ:ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ସକାଳରୁ ପୁରୀ ଅଭିମୁଖେ ହାୱଡାରୁ ଯାତ୍ରା ଆରମ୍ଭ କରିଛି ବନ୍ଦେ ଭାରତ । ଯାଜପୁର, କଟକ ପରେ ଭୁବନେଶ୍ବରରେ ପହଞ୍ଚିଲା ଏହି ଟ୍ରେନ । ଦିନ 11ଟା 24 ମିନିଟରେ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରାଏଲ ରନ ପାଇଁ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । କିଛି ସମୟ ପାଇଁ ଏଠାରେ ଟ୍ରେନ ମଧ୍ୟ ରହିଥିଲା । ଏହାକୁ ଦେଖିବାକୁ ରେଳ ଷ୍ଟେସନରେ ବହୁ ଯାତ୍ରୀଙ୍କ ଭିଡ ଜମିଥିଲା । ଏହାପରେ ନିର୍ଦ୍ଧାରିତ ସମୟରେ ପୁରୀରେ ପହଞ୍ଚିଛି ଏହି ଟ୍ରେନ । କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର 3ରେ ପୂର୍ବ ନିର୍ଦ୍ଧାରିତ ସମୟରେ ଆସି ପହଞ୍ଚିଥିବା ବେଳେ ଠିକ୍ 2 ମିନିଟ ସମୟରେ ଷ୍ଟେସନ ଛାଡିଥିଲା । ଟ୍ରାଏଲ ରନ ଚାଲିଥିବା ବେଳେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ ।

ଏହା ମଧ୍ୟ ପଢନ୍ତୁ-ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌, ଯାଜପୁରରେ ରେଳଯାତ୍ରୀଙ୍କ ମଧ୍ୟରେ ଉତ୍ସାହ

ହାୱଡ଼ାରୁ ସକାଳ 6ଟା 10 ମିନିଟରେ ଛାଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହା ପୁରୀରେ ଦିନ 12ଟା 35 ମିନିଟରେ ପହଞ୍ଚିଛି । ପୁରୀରେ ପହଞ୍ଚିବା ପରେ ପୁନର୍ବାର ସେଠାରୁ ଦିନ 1ଟା 50 ମିନିଟରେ ଛାଡ଼ି ହାଓଡ଼ାରେ ରାତି 8ଟା 30 ମିନିଟରେ ପହଞ୍ଚିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସଟି ହାୱଡାରୁ ଯାତ୍ରା ଆରମ୍ଭ କରିବା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ ଷ୍ଟେସନ ଓ ଭୁବନେଶ୍ବରରେ 2 ମିନିଟ ଲେଖାଏଁ ରହଣି କରିଥିଲା । ଏହା ପରେ ଖୋର୍ଦ୍ଧାରେ 2 ମିନିଟ ରହଣି କରିବା ପରେ ପୁରୀରେ ପହଞ୍ଚିଛି ଟ୍ରେନ ।

ଏହା ମଧ୍ୟ ପଢନ୍ତୁ-Jharsuguda Bypoll: ଦୀପାଳିଙ୍କ ଡୋର ଟୁ ଡୋର କ୍ୟାମ୍ପେନ, ବିଜୟ ନିଶ୍ଚିତ କହିଲେ ବିଜେଡି ନେତା

ଏହି ଟ୍ରେନ ପ୍ରାଥମିକ ଭାବରେ ଭୁବନେଶ୍ଵରରୁ କିମ୍ବା ପୁରୀରୁ ଶୁଭାରମ୍ଭ ହେବାକୁ ଥିବା ବେଳେ ହାୱଡା ଯାଏ ଗଡିବ । 15 ଦିନ ମଧ୍ୟରେ ଟ୍ରେନ ଚଳାଚଳ କରିବ ବୋଲି ବନ୍ଦେ ଭାରତ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ରେଳ ମନ୍ତ୍ରୀ ମଧ୍ୟ ଟ୍ରେନର ଶୁଭାରମ୍ଭ କରିପାରନ୍ତି । ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହା ଯାତ୍ରୀଙ୍କ ଯାତ୍ରା ସମୟକୁ ଆରାମଦାୟକ କରିବ । ଏଥିସହ ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ସପ୍ତାହକୁ 3 ଥର ଏହି ଟ୍ରେନ ଚଳାଚଳ କରିବା ନେଇ କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର,କଟକ

ABOUT THE AUTHOR

...view details