ଓଡିଶା

odisha

ETV Bharat / state

ଲଘୁଚାପ ସକ୍ରିୟ: ଆହୁରି 4 ଦିନ ଛେଚିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଆହୁରି 4 ଦିନ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ

ଆହୁରି 4 ଦିନ ପ୍ରବଳ ବର୍ଷା ସମ୍ଭାବନା
ଆହୁରି 4 ଦିନ ପ୍ରବଳ ବର୍ଷା ସମ୍ଭାବନା

By

Published : Jul 20, 2023, 6:35 PM IST

ଆହୁରି 4 ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇ ଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନୟାଗଡ଼, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେ଼ଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୋନପୁର, ଗଜପତି, ରାୟଗଡ଼ା ଓ ବୌଦ୍ଧ।

ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ସମ୍ଭାବନା ଥିବାରୁ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି । ଏନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୁସ୍ଖଳନର ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି । ଏଥିପାଇଁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ତେବେ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମଟର ବେଗରେ ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସମୁଦ୍ର ଅଶାନ୍ତ ହେଉଥିବାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...23ରେ ଖୋଲିବ ଗେଟ୍‌: ହୀରାକୁଦରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ

ଅନ୍ୟପଟେ ରାଜ୍ୟରେ ଲଘୁଚାପର ପ୍ରଭାବ ସହ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣା ବର୍ଷା ହୋଇଛି। ଏହି ବର୍ଷାକୁ ନେଇ ବଲାଙ୍ଗୀର ସଇଁତଳାରେ ସର୍ବାଧିକ ୬୬ ମିମି ବର୍ଷା ରେକର୍ଡ କରାଯାଇଛି । ତେଣୁ ସତର୍କ ରହିବା ସହ ବନ୍ୟା ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଧବାର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ଏସ୍ଆରସି । ବନ୍ୟ ସ୍ଥିତି ନିୟନ୍ତ୍ରଣ ଓ ସଫଳ ମୁକାବିଲା କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭୁସ୍ଖଳନ ଆଦି ହେବାକୁ ଥିବା ଅଞ୍ଚଳବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details