ଭୁବନେଶ୍ବର: ହକି ଟିକେଟରେ ମୋ ବସରେ ଫ୍ରି ସେବା । ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍ କରିବେ ଯାତ୍ରୀ । ହକି ବିଶ୍ବକପକୁ ଦୃଷ୍ଟିରେ ରଖି ମୋ ବସ କ୍ରୁଟ ପକ୍ଷରୁ ଏହି ସ୍ବତନ୍ତ୍ର ଅଫର ଦିଆଯାଇଛି । ହକି ଟିକେଟ ଦେଖାଇଲେ ମୋ ବସ ଯାତ୍ରାରେ ମିଳିବ ମାଗଣା ସେବା । ବିଶ୍ବକପ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଭଳି ଅଫର ଆଣିଛନ୍ତି ମୋ ବସ କର୍ତ୍ତୃପକ୍ଷ । ଏନେଇ ଅଫିସିଆଲ ସୂଚିତ କରିଛନ୍ତି ମୋ ବସ କର୍ତ୍ତୃପକ୍ଷ । ଭୁବନେଶ୍ବର ରେଲୱେ ଷ୍ଟେସନରୁ ଜୟଦେବ ବିହାର ସ୍କ୍ବାୟାର, ରସୁଲଗଡରୁ ଜୟଦେବ ବିହାର ସ୍କ୍ବାୟାର ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ଶାସ୍ତ୍ରୀ ନଗର ରୁଟରେ ମିଳିବ ମାଗଣା ସେବା ।
ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଚାଲିବ ସ୍ବତନ୍ତ୍ର ମୋ ବସ । ଯେଉଁଥିରେ ଯାତ୍ରୀଙ୍କ ପାଇଁ ମାଗଣାରେ ଯିବା ଆସିବା ସୁବିଧା ମିଳିବ । କାର କି ବାଇକ ନ ଆଣି ପାର୍କିଂର ଭିଡ଼ରେ ନ ଫସି ଏକ ଭଲ ଅନୁଭବ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏସବୁକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ମୋ ବସ ସେବାରେ ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଚାଲୁଥିବା ମୋ ବସରେ ଆପଣଙ୍କର ସେହି ଦିନର ଟିକେଟ ଦେଖାଇଲେ ମାଗଣା ଯିବା ଆସିବା ସୁବିଧା ପାଇବେ ଯାତ୍ରୀ । ଏହା ଦ୍ବାରା ଆପଣ ବିନା ଟ୍ରାଫିକ ଭିଡ଼, ବିନା ପାର୍କିଂର ଟେନସନରେ ସିଧା ସଳଖ ଷ୍ଟାଡିୟମର ପାଖରେ ଓହ୍ଲାଇ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିପାରିବେ । ଆଉ ହକି ବିଶ୍ବକପର ମଜା ନେଇପାରିବେ ।
ଏହା ବି ପଢନ୍ତୁ...Hockey World Cup: ଆଜିଠୁ ହକି ମହାସମର, ସ୍ପେନ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ