ଭୁବନେଶ୍ବର:ଆଜି ରାଜଧାନୀରେ ଯୁଆଡେ ଚାହିଁବେ ସିଆଡେ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । ଇ-ବସ ଓ ଇ-ରିକ୍ସାରେ ଯାତାୟତ କରିବାକୁ ମାଗଣାରେ ସେବା ଯୋଗାଇ ଦିଆଯାଇଛି । ସ୍ୱଚ୍ଛ ବାୟୁ ଦିବସ ଅବସରରେ ପ୍ରଦୂଷଣ କମାଇବା ଲକ୍ଷ୍ୟ ନେଇ ବିଏମସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଗୋଟେ ଦିନ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । ଭୁବନେଶ୍ୱରରେ କ୍ରୁଟ ପକ୍ଷରୁ ଗଡୁଥିବା ୫୦ ଟି ମୋ ଇ- ବସ ଓ ୫୦ ଇ-ରିକ୍ସାରେ ମାଗଣା ଯାତ୍ରା ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ-କ୍ରୁଟ ପକ୍ଷରୁ ବିକ୍ୟୁଏସ ଓ ବସ ପୋଲ ଡିଜାଇନ ପ୍ରତିଯୋଗିତା
ଭୁବନେଶ୍ୱର ସହର ମଧ୍ୟରେ ୧୦ଟି ରୁଟରେ ଚାଲୁଛି ଇଲେକ୍ଟ୍ରି ଭେଇକିଲ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ପ୍ରଦୂଷଣ କମାଇବା ଲକ୍ଷ୍ୟ ଏପରି ନିଷ୍ପତ୍ତି ନେଇଛି ବିଏମସି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସ୍ୱଚ୍ଛ ବାୟୁ ଦିବସରେ ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣରୁ ରୋକିବା ପାଇଁ ଭୁବନେଶ୍ଵରରେ ବିଏମସି ଏ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହ ଯୋଗରେ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଗଡିଲା ଇ ରିକ୍ସା ଓ ଇ ବସ, ଜନସାଧାରଣ ପାଇବେ କମ ମୂଲ୍ୟରେ ସୁବିଧା