ଓଡିଶା

odisha

ETV Bharat / state

ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ - neet

Free JEE NEET coaching:ଆଜି ଠାରୁ କଲେଜ ଗୁଡିକରେ ଆରମ୍ଭ ହୋଇଛି ଜେଇଇ ଓ ନିଟ କୋଚିଂ । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଦିଆଯିବ କୋଚିଂ । ସକାଳ ୮ ଟା ୩୦ ରୁ ୧୦ ଟା ଏବଂ ଅପରାହ୍ନ ୨ ଠାରୁ ୩ ଟା ୩୦ ମିନିଟ ଯାଏଁ ହେବ କ୍ଲାସ । ଅଧିକ ପଢନ୍ତୁ

ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ
ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Jan 8, 2024, 6:10 PM IST

ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ଆଜି ଠାରୁ ବିଧିବଦ୍ଧ ଭାବରେ କଲେଜ ସ୍ତରରେ ମାଗଣା ଜେଇଇ ଓ ନିଟ କୋଚିଂ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଦିଆଯିବ କୋଚିଂ । କିଭଳି ଭାବରେ ପିଲାମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଧିକରୁ ଅଧିକ ସଫଳତା ପାଇବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଥିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣାରେ ମେଡ଼ିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ପ୍ରତିଯୋଗିତା ମୂଳକ ପାଠ୍ୟକ୍ରମ । ଯାହା ମାଗଣା କୋଚିଂ ସାଙ୍ଗକୁ ଦିଆଯିବ ଷ୍ଟଡି ମ୍ୟାଟେରିଆଲ । କିନ୍ତୁ ଏହା ସତ୍ତ୍ବେ ଅନେକ କଲେଜରେ ମଧ୍ୟ ନାହିଁ ସ୍ମାର୍ଟ କ୍ଲାସ । ଏପରିକି ଅନେକ ସ୍ଥାନରେ ନାହିଁ ଭଲ ନେଟୱାର୍କ ।

ଏପଟେ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ କହିଛନ୍ତି ," ଅନେକ ପିଲାମାନେ ସଠିକ ଭାବରେ କୋଚିଂ ନେଇପାରୁ ନାହାଁନ୍ତି । ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଯେଭଁଳି ସମସ୍ତ ପିଲାଙ୍କ ପାଖରେ ପହଞ୍ଚି ପାରିବ ସେନେଇ ପ୍ରସ୍ତୁତ କରାଯାଇଛି ବ୍ଲୁ ପ୍ରିଣ୍ଟ । ଏହା ଦ୍ବାରା ପିଲାମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ସଫଳ ହେବ ।"

ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦେଶକ ଅଭିରାମ ଆୟାର୍ କହିଛନ୍ତି ଯେ ଆଜିଠାରୁ ଆରମ୍ଭ ହୋଇଛି ମାଗଣାରେ ପ୍ରତିଯୋଗିତା ମୂଳକ କୋଚିଂ । ସକାଳ ୮ ଟା ୩୦ ରୁ ୧୦ ଟା ଏବଂ ଅପରାହ୍ନ ୨ ଠାରୁ ୩ ଟା ୩୦ ମିନିଟ ପର୍ଯ୍ୟନ୍ତ ଦିଆଯାଇଛି କୋଚିଂ । ଏହାରି ମଧ୍ୟରେ ଅନେକ କଲେଜରେ ନାହିଁ ସ୍ମାର୍ଟ କ୍ଲାସ ରୁମ୍ । କିଛି ମାସ ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ସ୍ମାର୍ଟ କ୍ଲାସ ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଅନେକ କଲେଜରେ ପ୍ରସ୍ତୁତ ହୋଇନାହିଁ । ଯଦି ଯେଉଁ କଲେଜରେ ସ୍ମାର୍ଟ କ୍ଲାସ ଅଭାବରୁ ପିଲାମାନେ କୋଚିଂ ନେଇପାରିବେ ନାହିଁ । ତେବେ ସେନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ।

ଏହା ମଧ୍ୟ ପଢନ୍ତୁ ....ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ

ସେହିପରି ଯେଉଁ କଲେଜରେ ନାହିଁ ସ୍ମାର୍ଟ କ୍ଲାସ ସେହି କଲେଜର ଅଧ୍ୟକ୍ଷମାନେ ଅସ୍ଥାୟୀ ଭାବରେ କିଛି ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହା ସହ ପାଖାପାଖି ଯୁକ୍ତ ଦୁଇ ପ୍ରଥମ ବର୍ଷ ୭୦ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେହି ତୁଳନାରେ ପାଖାପାଖି ୬୫ ପ୍ରତିଶତ ପିଲାମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details