ଓଡିଶା

odisha

ETV Bharat / state

ବଡ଼ ଠକଙ୍କ ଟାର୍ଗେଟରେ ବସ୍ତିବାସିନ୍ଦା, ଆର୍ଥିକ ହେରଫେର ନିରିହଙ୍କୁ ଅସ୍ତ୍ର କରୁଛନ୍ତି ଦଲାଲ

ଫାଇନାନ୍ସିଆଲ ଫ୍ରଡ୍ ପାଇଁ ବଡ଼ ଅସ୍ତ୍ର ଭାବେ ବସ୍ତି ବାସିନ୍ଦାଙ୍କୁ ବ୍ୟବହାର କରୁଛନ୍ତି ଅପରାଧୀ । ବସ୍ତି ବାସିନ୍ଦାଙ୍କୁ ମୋହରା କରି ଠକେଇ ଷଡ଼ଯନ୍ତ୍ର ରଚୁଛନ୍ତି ଦଲାଲ । ଅଧିକ ପଢନ୍ତୁ

financial fraud
ଫାଇନାନ୍ସିଆଲ ଫ୍ରଡ୍

By ETV Bharat Odisha Team

Published : Nov 25, 2023, 9:16 PM IST

ଭୁବନେଶ୍ବର:ବଡ଼ ଠକଙ୍କ ଟାର୍ଗେଟରେ ଏବେ ବସ୍ତିବାସିନ୍ଦା । ଫାଇନାନ୍ସିଆଲ୍ ଫ୍ରଡ ପାଇଁ ବଡ଼ ଅସ୍ତ୍ର ଭାବେ ବସ୍ତି ବାସିନ୍ଦାଙ୍କୁ ବ୍ୟବହାର କରୁଛନ୍ତି ଅପରାଧୀ । ବସ୍ତି ବାସିନ୍ଦାଙ୍କୁ ମୋହରା କରି ଠକେଇ ଷଡ଼ଯନ୍ତ୍ର ରଚୁଛନ୍ତି ଦଲାଲ । ବିଗତ କିଛି ଦିନ ଧରି ବସ୍ତି ବାସିନ୍ଦାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ଠକ । ବଡ଼ ଠକେଇ ପାଇଁ ଛୋଟ ପରିମାଣର ଅର୍ଥ ବଳରେ ଏବେ ସେମାନଙ୍କୁ ବ୍ୟବହାର କରାଯାଉଥିବାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବର ଖାରବେଳନଗରରେ ।


ଖାରବେଳ ନଗର ଥାନାରେ ଫାଇନାନ୍ସିଆଲ୍ ଫ୍ରଡ ନେଇ ଏକ ଅଭିଯୋଗର ତଦନ୍ତ ବେଳେ ସାମ୍ନାକୁ ଆସିଛି ଏମିତି କିଛି ଘଟଣା । କିପରି ନିରିହ ବସ୍ତି ବାସିନ୍ଦାଙ୍କୁ ଲୋନ ଟଙ୍କାର ଲୋଭ ଦେଖାଇ ଠକିଛନ୍ତି କିଛି ଦଲାଲ ତାହା ଜଣାପଡିଛି । ଯାହାଙ୍କ ପଛରେ ରହିଛନ୍ତି କର୍ପୋରେଟ ସଂସ୍ଥା, ଫାଇନାନ୍ସ କମ୍ପାନୀ, ମୋବାଇଲ ଦୋକାନୀ ଓ କିଛି ଫାଇନାନ୍ସ କର୍ମଚାରୀ । ଏନେଇ‌ ପୋଲିସ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ‌ ଏବେ କମ୍ପାନୀ କର୍ତ୍ତୃପକ୍ଷ ଓ କେତେ ଜଣ ବଡ ବଡିଆଙ୍କ ଉପରେ ନଜର ରଖାଯାଇଛି ।

ସେହିପରି କିଛି ପିଓଏସ ପରଚେଜ ଅଫ୍ ସେଲ କାଉଣ୍ଟର ବା ମୋବାଇଲ ଦୋକାନ ବା ଡିଲର ଏବେ ସ୍କାନରରେ ରହିଛନ୍ତି । ବସ୍ତି ବାସିନ୍ଦାଙ୍କୁ ପର୍ସନାଲ ଲୋନ ଦେବା ଆଳରେ ଡ୍ୟୁରୋବଲ ଲୋନ ବା ମୋବାଇଲ ଫୋନ ପାଇଁ ଲୋନ ଇସ୍ୟୁ କରି ଠକେଇ କରିଛନ୍ତି । ଏନେଇ ୩୫ରୁ ଊର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇ ଜାଲିଆତି ହୋଇଛି । ଏହା ପଛରେ ଏକ ବଡ଼ ଧରଣର ରାକେଟ୍ ଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ...ମୁମ୍ବାଇରେ ଠକି ଓଡ଼ିଶା ଲୁଚିଥିଲେ, ୨ ଠକଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ଥାନେ ପୋଲିସ


କେବଳ ଏହି ଘଟଣା ନୁହେଁ, ଅନ୍ୟାନ୍ୟ ଆର୍ଥିକ ଜାଲିଆତି ପାଇଁ ମଧ୍ୟ ବସ୍ତିବାସିନ୍ଦାଙ୍କୁ ଅସ୍ତ୍ର କରାଯାଉଛି । କିଛି ଦିନ ପୂର୍ବେ RBI ସାମ୍ନାରେ ୨ହଜାର ଟଙ୍କା ବଦଳି ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ସେମାନେ‌ ଅଚଳ ୨ ହଜାର ଟଙ୍କା ବଦଳ କରି ଟଙ୍କା ନେବା ପାଇଁ ଲାଇନ ଦେଉଥିଲେ । ଅନେକ ବସ୍ତି ବାସିନ୍ଦା ଯେଉଁମାନେ ୨ ହଜାର‌ ଟଙ୍କିଆ ନୋଟ‌ବଦଳି‌ ପାଇଁ ଆସିଥିଲେ । ସେମାନଙ୍କୁ ୩୦୦ଟଙ୍କା ବଦଳରେ ସେମାନଙ୍କୁ ୧୦ଟି ୨୦ହଜାର‌ ଟଙ୍କିଆ ନୋଟ ବଦଳି‌ ପାଇଁ ଦଲାଲ ପଠାଇଥିବା ସୂଚନା ମିଳିଥିଲା । ଯାହାକୁ EOW ଓ ED ସ୍କାନରକୁ ଆସିଥିଲା । ସେହିପରି ଗତ ୨୩ ତାରିଖରେ ମହାରାଷ୍ଟ୍ରର ଥାନେ ପୋଲିସ ଏକ ସାଇବର ଠକେଇର ତଦନ୍ତ କରି କରି ଶହୀଦନଗର ଆସିଥିଲା । ଶହୀଦନଗରର କିଛି ବସ୍ତି ବାସିନ୍ଦାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଚାନେଲାଇଜ ବା କାରବାର କରାଯାଇଥିବା ପୋଲିସ ଜାଣିବାକୁ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details