ଓଡିଶା

odisha

ETV Bharat / state

OLX ସପିଂ ସାଇଟରେ ଠକେଇ, ଅଣ୍ଡର 19 କ୍ରିକେଟରକୁ ବାନ୍ଧିଲା ସାଇବର ଥାନା ପୋଲିସ - ଅଭିଯୁକ୍ତ ଆଶିଷ ଜେନାଙ୍କୁ ଗିରଫ

OLX ରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଲଗାଉଥିଲେ ଚୂନ। ଏନେଇ ଅଭିଯୁକ୍ତ ଆଶିଷ ଜେନାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ଅଧିକ ପଢନ୍ତୁ

Fraud on OLX shopping site
Fraud on OLX shopping site

By

Published : Apr 6, 2023, 10:01 PM IST

OLX ସପିଙ୍ଗ୍ ସାଇଟରେ ଠକେଇ

ଭୁବନେଶ୍ବର: OLX ସପିଙ୍ଗ୍ ସାଇଟରେ ଠକେଇ । OLX ରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଲଗାଉଥିଲେ ଚୂନ। ଏନେଇ ଅଭିଯୁକ୍ତ ଆଶିଷ ଜେନାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଏଥିସହ ଯେଉଁ ସିମ କାର୍ଡ, ମୋବାଇଲ, ୱାକୀଟକି ବ୍ରଡବ୍ୟାଣ୍ଡ ଓ ପାସ୍‌ବୁକ ବ୍ୟବହାର କରି ଲୋକଙ୍କୁ ଠକିଥିଲା ସେସବୁ ଜବତ କରିଛି ପୋଲିସ । ଆଶିଷ ମୋଟ ୨ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାକୁ ଲାଗିଥିବା ବେଳେ ବିଭିନ୍ନ ବାଟରେ ଠକ ମାନେ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଏହି ଠକାମୀ ବର୍ତ୍ତମାନ କେବଳ ଅନଲାଇନ୍ ଆପରେ ସୀମିତ ରହି ନାହିଁ । ଅନ୍ୟାନ୍ୟ ମାଧ୍ୟମରେ ଠକେଇ କରିବାର ଅନେକ ଉଦାହରଣ ମଧ୍ୟ ସାମ୍ନାକୁ ଆସୁଛି । ସେହିଭଳି ଗୋଟିଏ ଠକକୁ ଆଜି ଭୁବନେଶ୍ୱର ସାଇବର ଥାନା ପୋଲିସ ଗିରଫ କରିଛି । OLX ମାଧ୍ୟମରେ ଲୋକଙ୍କୁ ଯୋଗାଯୋଗ କରି ଆଶିଷ ଜେନା ନାମକ ଏହି ଠକ ଲୁଟୁଥିଲା ଟଙ୍କା । OLXରେ ସେକେଣ୍ଡ ହ୍ୟାଣ୍ଡ ମୋବଇଲର ମିଛ ବିଜ୍ଞାପନ ଦେଇ ଆଶିଷ ଲୋକଙ୍କୁ ଠକୁଥିଲେ ।

ଅନଲାଇନ ବିଜ୍ଞାପନ ଦେଖି ଯେତେବେଳେ ଲୋକମାନେ ଦୋକାନରୁ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣୁଥିଲେ ଓ ଟଙ୍କା ଦେଉଥିଲେ ସେତେବେଳେ ଆଶିଷଙ୍କ ପାଖକୁ ଆସୁଥିଲା ଟଙ୍କା । ବିଭିନ୍ନ ବାର୍‌ କୋଡ ବ୍ୟବହାର କରି ମାଲାମାଲ ହେଉଥିଲେ ଆଶିଷ । ବିଭିନ୍ନ ଉପାୟରେ ଲୋକଙ୍କୁ ଚୂନ ଲଗାଇ ବେଆଇନ ଉପାୟରେ ଅର୍ଜନ କରୁଥିଲା ଲକ୍ଷଲକ୍ଷ ଟଙ୍କା । OLXରେ ଆକାଉଣ୍ଟ ଖୋଲି ଦାମୀ ମୋବାଇଲର ବିଜ୍ଞାପନ ଦେଇ ଲୋକଙ୍କୁ ଯୋଗାଯୋଗ କରି ପରେ ସବୁ ଟଙ୍କା ଆତ୍ମସାତ କରୁଥିଲା ଅଭିଯୁକ୍ତ ।

ସୂଚନା ମୁତାବକ,ଆଶିଷ ବଡ ଚଞ୍ଚକତାର ସହ ମୋବାଇଲ ଦୋକାନ ସହ ଯୋଗାଯୋଗ କରି ଫୋନ ସମ୍ବନ୍ଧରେ ତଥ୍ୟ ନେଉଥିଲେ । ଆଉ ସେହି ମୋବାଇଲକୁ OLXରେ ପକାଉଥିଲେ । ଲୋକମାନେ ଯେତେବେଳେ ମନୋନୀତ ଫୋନ ଆଣିବାକୁ ଯାଉଥିଲେ ସେ ଦେଇଥିବା ବାରକୋଡ଼ରେ ଟଙ୍କା ପଠାଇବାକୁ କହୁଥିଲେ । ଯେତେବେଳେ ଦୋକାନୀ ଫୋନ୍‌ ଦେଇନଥାନ୍ତି ସେତେବେଳେ ଗ୍ରାହକ ଓ ଦୋକାନୀ ଭିତରେ ବଚସା ହେଉଥିଲା । ଆଉ ଦୋକାନୀ ଓ ଆଶିଷ ମିଶି ଠକୁଛନ୍ତି ବୋଲି ଅଭିଯୋଗ କରୁଥିଲେ ଗ୍ରାହକ ।

ଏହାଙ୍କୁ ନେଇ ଗ୍ରାହକ ଓ ଦୋକାନୀଙ୍କ ପକ୍ଷରୁ ୩ଟି ମାମଲା ରୁଜୁ ହେବା ପରେ ଅଭିଯୁକ୍ତକୁ ଧରିଛି ପୋଲିସ । ଖାଲି ସେତିକି ନୁହେଁ ପ୍ରତିଥର ଆଶିଷ ନିଜର ବାରକୋଡ଼ ପରିବର୍ତ୍ତନ କରୁଥିଲେ । କାରଣ ଗୋଟିଏ ଜାଗାରୁ ଧରାପଡ଼ିଗଲା ପରେ ସେ ସେହି ବାରକୋଡ଼ ପୁନଃ ବ୍ୟବହାର କରୁନଥିଲେ । ସବୁଠାରୁ ବଡ କଥା ହେଉଛି ବଡ ବୁଦ୍ଧିମାନର ସହ ୧୦୦ ଓ ୨୦୦ ଟଙ୍କା ଦେଇ ଦୋକାନୀ ହେଉ ଅବା ତାଙ୍କସାଙ୍ଗ ସାଥୀଙ୍କ ଠାରୁ ବାରକୋଡ଼ ନେଇ ପ୍ରତିଥର ନୂଆ ବାରକୋଡର ବ୍ୟବହାର କରୁଥିଲେ ଆଶିଷ ।

ତେବେ ଏନେଇ ସାଇବର ଥାନାରେ ଦୋକାନୀ ଓ ଠକାମୀ ଶିକାର ହୋଇଥିବା ୩ ଜଣ ବ୍ୟକ୍ତିଙ୍କ ଅଭିଯୋଗ ପରେ ଆଶିଷଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ। ତେବେ ଆଶିଷ ଏକ ସଂଭ୍ରାନ୍ତ ଶ୍ରେଣୀର ଘରୁ ଆସିଥିବା ବେଳେ ସେ ରାଜ୍ୟ ପାଇଁ 19 ବର୍ଷରୁ କମ୍‌ ଦଳରେ କ୍ରିକେଟ ଖେଳୁଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସେ ଏଭଳି ଠକେଇ କରୁଥିଲେ ସେନେଇ ଆଶିଷଙ୍କୁ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ସାଇବର ଥାନା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details