ଖୋର୍ଦ୍ଧା:ଜାଲ ନୋଟ ଦେଇ ଛେଳି ନେଇ ଚମ୍ପଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ । ଛେଳି ବିକ୍ରି କରିବା ପାଇଁ 9ହଜାର ଟଙ୍କା ମୁଲଚାଲ ହୋଇଥିବା ବେଳେ 18ଟି ଜାଲ 500ଟଙ୍କିଆ ନୋଟ ଦେଇ ଛେଳି ନେଇଯାଇଥିବା କହିଛନ୍ତି ଛେଳି ମାଲିକ ।
ସୂଚନା ଅନୁଯାୟୀ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ 70 ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ ସିକୋ ରାସ୍ତାର ଟାଙ୍କୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଚରାଉଥିଲେ । ଏତିକିବେଳେ ହଜରୁ ସିକୋ ଅଭିମୁଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନାବ୍ୟକ୍ତି ଗୋଠରେ ଥିବା ବଡଛେଳି (ବୋଦା) ନେବାପାଇଁ ମୂଲଚାଲ କରିଥିଲା । ଶେଷରେ ସେହି ଛେଳିଟିକୁ 9 ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା । 18ଟି 500 ଟଙ୍କିଆ ନୋଟ ଦେଇ ସେହି ରାସ୍ତାରୁ ହିଁ ଏହି ଅଚିହ୍ନା ଲୋକ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ନେଇ ଫେରାର ଯାଇଥିଲା ।
ଏହାମଧ୍ୟ ପଢନ୍ତୁ.. ବିଶ୍ବାସରେ ବିଷ! 2 ଲକ୍ଷ ଋଣ ଟଙ୍କାକୁ ଲୁଟି ନେଲେ, ମାସେ ପରେ ବି ପୋଲିସ ହାତ ଖାଲି