ଓଡିଶା

odisha

ETV Bharat / state

ଓୟୁଏଟିରେ ହେବ ଏଫପିଓ ଉତ୍କର୍ଷ କେନ୍ଦ୍ର, ହ୍ବାଟ୍ସଆପରେ ଚାଷୀ ପାଇବେ ସୂଚନା - ଏଫପିଓ ଉତ୍କର୍ଷ କେନ୍ଦ୍ର

FPO Excellence Center: ଏଣିକି ହ୍ବାଟ୍ସଆପ ମାଧ୍ୟରେ ସୂଚନା ପାଇବେ ଚାଷୀ। ଓୟୁଏଟିରେ ହେବ ଏଫପିଓ ଉତ୍କର୍ଷ କେନ୍ଦ୍ର। ଅଧିକ ପଢନ୍ତୁ

FPO Excellence Center
FPO Excellence Center

By ETV Bharat Odisha Team

Published : Jan 5, 2024, 8:56 PM IST

ଭୁବନେଶ୍ବର: ଓୟୁଏଟିରେ ଖୁବ ଶୀଘ୍ର ଆରମ୍ଭ ହେବ କୃଷକ ଉତ୍ପାଦକ ସଂଗଠନର ଉତ୍କର୍ଷ କେନ୍ଦ୍ର। ଏଥି ପାଇଁ 5 ବର୍ଷୀୟା ଯୋଜନା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଠାରୁ ଏହା ଆରମ୍ଭ ହେବାକୁ ଥିବା ବେଳେ 2028 ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ। ଏଣିକି ହ୍ବାଟ୍ସଆପ ମାଧ୍ୟରେ ଚାଷୀମାନଙ୍କୁ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯିବ। ଓୟୁଏଟିର କୁଳପତି ପି କେ ରାଉଳଙ୍କ ତତ୍ତ୍ବାବଧନରେ ଏହି ସମସ୍ତ ଯୋଜନା କରାଯାଉଛି।

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT) କୃଷକ ଉତ୍ପାଦକ ସଂଗଠନର ଉତ୍କର୍ଷ କେନ୍ଦ୍ର ଆରମ୍ଭ ହେବାକୁ ରହିଥିବା ବେଳେ ଉଦ୍ୟାନ କୃଷି ପକ୍ଷରୁ 4.5 କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଚଳିତ ବର୍ଷ 50 ଲକ୍ଷ ଅନୁମୋଦନ କରାଯାଇଛି। ତେବେ ଏହି ଉତ୍କର୍ଷ କେନ୍ଦ୍ର ପାଇଁ ଏକ ଆପ ବିକଶିତ କରାଯିବ। ବିଶେଷ ଭାବରେ କୃଷକମାନଙ୍କର ସମସ୍ୟା ସମାଧାନ ହେବ। ଏହା ଦ୍ବାରା ଏଫପିଓମାନେ ମଧ୍ୟ ବିଶେଷଭାବରେ ଶସକ୍ତ ହେବେ। ରାଜ୍ୟରେ ପାଖାପାଖି ଏକ ହଜାରରୁ ଅଧିକ ଜଣ ଏଫପିଓ ରହିଛନ୍ତି। ସମସ୍ତଙ୍କୁ ବୈଷୟିକ ସହାୟତା ପ୍ରଦାନ କରାଯିବ।

ଏନେଇ ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ବିଭାଗର ଡିନ ପ୍ରସଂଜିତ ମିଶ୍ର କହିଛନ୍ତି, "ବିଶେଷ ଭାବରେ କୃଷକମାନଙ୍କ ପାଇଁ ଏକ ବିଶେଷଜ୍ଞ ଟିମ ରହିବ। କୃଷିର ସୂଚନା ଓ ପ୍ରଣାଳୀ ସଠିକ ଭାବରେ ପାଇପାରିବେ ସେନେଇ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଥିବା ସମସ୍ତ ଜିଲ୍ଲାର ଏଫପିଓଙ୍କୁ ବୈଷୟିକ ସହାୟତା ପ୍ରଦାନ ଦିଆଯିବ। ଏହା ସହ ଓୟୁଏଟିରେ ଥିବା ଏଫପିଓ ପୋର୍ଟାଲକୁ ଅକ୍ଟିଭ କରାଯିବ। ଏହା ଦ୍ବାରା ଏକ ହ୍ବାଟ୍ସଆପରେ ମଧ୍ୟ ଗ୍ରୁପ କରାଯିବ। ଜିଲ୍ଲା ସ୍ତରରେ ଏଫପିଓମାନଙ୍କର ମିଟିଂ କରାଯିବ। ରାଜ୍ୟରେ 28 ଜିଲ୍ଲାରେ 31 ଟି ଉତ୍କର୍ଷ କେନ୍ଦ୍ର ରହିଛି। ଆଉ ଦୁଇଟି କଟକ ଏବଂ ଭୁବନେଶ୍ବରରେ ରହିଛି। ତେବେ ଓୟୁଏଟିରେ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।"

ଏହା ମଧ୍ୟ ପଢନ୍ତୁ: OUAT Foundation Day: ଆରମ୍ଭ ହେବ ନୂତନ ୱେବସାଇଟ୍ ଓ ଆପ୍

ଚାଷୀ ମାନଙ୍କ ଯାହା ବି ସମସ୍ୟା ରହିଛି ତାହା ପୋର୍ଟାଲ ଓ ଫୋନ ମାଧ୍ୟମରେ ଜଣାଇବେ। ଯାହା କିଛି ସମୟ ମଧ୍ୟରେ ହେବ ସମାଧାନ। ଏପଟେ ଚାଷୀମାନେ କିଭଳି ସୁଲଭ ଦରରେ ବିହନ ସାର ଆଦି ପାରିବେ ସେନେଇ ମଧ୍ୟ ସାହାଯ୍ୟ କରାଯିବ। ଏହା ସହ ଏହାର ପ୍ରଡକ୍ସନ କିଭଳି ଭାବରେ ଭଲ ହେବ ଏବଂ ବଜାରରେ ଏହାକୁ କିଭଳି ଭାବରେ ବିକ୍ରି ହେବ ସେନେଇ ପ୍ରସ୍ତୁତ କରାଯାଇଛି ବ୍ଲୁ ପ୍ରିଣ୍ଟ। ହ୍ବାଟ୍ସଆପ ମାଧ୍ୟମରେ ଚାଷୀ ମାନଙ୍କୁ ସଠିକ ସୂଚନା ପ୍ରଦାନ କରାଯିବା ସହିତ ଭିିଡିଓ ବର୍ତ୍ତା ମଧ୍ୟ ପଠାଯିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details