ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲରେ ଖାଇଥିଲେ ମଧ୍ୟାହ୍ନ ଭୋଜନ । ଖାଇବାର କିଛି ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ପିଲାମାନେ । ଅଧିକ ପଢ଼ନ୍ତୁ

By

Published : May 7, 2022, 4:45 PM IST

ଖୋର୍ଦ୍ଧା : ମଧ୍ୟାହ୍ନ ଭୋଜନ ଖାଇ ୪ ପିଲା ଅସୁସ୍ଥ
ଖୋର୍ଦ୍ଧା : ମଧ୍ୟାହ୍ନ ଭୋଜନ ଖାଇ ୪ ପିଲା ଅସୁସ୍ଥ

ଖୋର୍ଦ୍ଧା: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରଛାତ୍ରୀ ଗୁରୁତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବୋଡଙ୍ଗର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ । ସୂଚନା ଅନୁଯାୟୀ ଆଜି(ଶନିବାର) ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଘରକୁ ଯାଇଥିଲେ । ମାତ୍ର କିଛି ସମୟ ପରେ ୪ଜଣ ପିଲାଙ୍କ ଅସୁସ୍ଥ ହୋଇପଡିଥିଲେ । ଫଳରେ ପରିବାର ଲୋକେ ପିଲାଙ୍କୁ ସଙ୍ଗେ ସଙ୍ଗେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଖୋର୍ଦ୍ଧାରେ ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ । ଏ ସମ୍ପର୍କରେ ଅଭିଭାବକମାନେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରୋଷେୟା ଉପରେ ଦୋଷ ଦେଇଥିଲେ । ସେପଟେ ତିନିଦିନ ଧରି ବତୁରା ହୋଇଥିବା ମଟର ତରକାରୀ ଖାଇ ଏଭଳି ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details